PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ବିବାହିତ ମହିଳା କିମ୍ବା ଯୁବତୀଙ୍କ ସହମତି ବିନା ଜବରଦସ୍ତି ଗର୍ଭବତୀ କରାଇବା ଦୁଷ୍କର୍ମ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ ୨୯/ ୦୯: ‘କୌଣସି ବିବାହିତ ମହିଳାଙ୍କୁ ବଳପୂର୍ବକ ଗର୍ଭବତୀ କରାଇଲେ ତାହା ଦୁଷ୍କର୍ମ ବୋଲି ଧରାଯାଇପାରେ’। ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଗୁରୁବାର ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମେଡିକାଲ ଟର୍ମିନେସନ୍‌ ଅଫ୍‌ ପ୍ରେଗନେନ୍ସି ଆକ୍ଟ ଅନୁଯାୟୀ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ ।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ‘ବିବାହିତା ମହିଳାଙ୍କ ଭଳି ଅବିବାହିତା ଯୁବତୀମାନେ ବି ବିନା କୌଣସି ମଞ୍ଜୁରୀରେ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଗର୍ଭପାତ କରିପାରିବେ’। କୋର୍ଟ କହିଛନ୍ତି, ବିବାହିତ ହୁଅନ୍ତି କିମ୍ବା ଅବିବାହିତ ଯୁବତୀ ସମସ୍ତଙ୍କୁ ସୁରକ୍ଷିତ ଗର୍ଭପାତର ଅଧିକାର ଅଛି ।

ମହିଳାଙ୍କ ଗର୍ଭପାତ ବା ଆବରେସନ୍‌ ଏବଂ ଶରୀରକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ୍‌ ଡି.ଓ୍ବାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତା କରୁଥିବା ବେଞ୍ଚ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି କହିଛନ୍ତି, ‘ବିବାହିତ ମହିଳାମାନେ ମଧ୍ୟ ଦୁଷ୍କର୍ମ ପୀଡିତା ହୋଇପାରନ୍ତି । ସହମତି ବିନା ବଳପୂର୍ବକ ଶାରୀରିକ ସମ୍ବନ୍ଧ ରଖିବା ମାମଲା ବୃଦ୍ଧିପାଉଛି । ଏଭଳି ମାମଲାରେ ମହିଳା କିମ୍ବା ଯୁବତୀ ଜୋରଜବରଦସ୍ତ ଗର୍ଭବତୀ ହୁଅନ୍ତି । ତେଣୁ ଏଭଳି ମାମଲା ସାମ୍ନାକୁ ଆସିଲେ ତାହା ଦୁଷ୍କର୍ମ ଭାବେ ଧରାଯିବ । ଯଦି ପୀଡିତା ମହିଳା କିମ୍ବା ଯୁବତୀ ଅଭିଯୋଗ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ’।

ଅଦାଲତ କହିଛନ୍ତି, ‘କୌଣସି ମହିଳା କିମ୍ବା ଯୁବତୀଙ୍କ ଠାରୁ ଗର୍ଭପାତ ଅଧିକାର ଛଡାଇବା ତାଙ୍କର ଗାରିମାକୁ ଆଘାତ ଦେବା ସଦୃଶ’। ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣକ ୨୪ ସପ୍ତାହର ଗର୍ଭବତୀ ଥିଲେ କିନ୍ତୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇନଥିଲେ । କୋର୍ଟ ସେତେବେଳେ ତାଙ୍କୁ କହିଥିଲେ ଯେ, ସେ ଗର୍ଭପାତ କରିପାରିବେ ନାହିଁ । ପିଲା ଜନ୍ମ ହେବାପରେ କାହାକୁ ଲାଳନପାଳନ ପାଇଁ ଦେଇପାରିବେ । ଏ ନେଇ ପରେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ ଯୁବତୀ । ଜୁଲାଇ ୨୧ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି, ଯଦି ସେ ସ୍ବାସ୍ଥ୍ୟଗତ ଭାବେ ଗର୍ଭପାତ କରାଇବା ପାଇଁ ସକ୍ଷମ ତେବେ ଏହା କରାଯାଇପାରିବ ।