PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଅପହୃତ ହିନ୍ଦୁ ଦୁଇ ଭଉଣୀଙ୍କୁ ସୁରକ୍ଷା ଦେବାକୁ ଇସଲାମାବାଦ ହାଇକୋର୍ଟଙ୍କ ନିର୍ଦେଶ, ଦୁହେଁ ଦେଲେ ଚାଞ୍ଚଲ୍ୟକର ବୟାନ

ଇସଲାମାବାଦ,୨୬।୩:: ପାକିସ୍ତାନରେ ହୋଲିରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ ଓ ବଳପୂର୍ବକ ବିବାହ ମାମଲା ଏବେ ବେଶ୍ ଚର୍ଚ୍ଚାରେ ରହିଛି।  ଏହି ମାମଲାରେ ଇସଲାମାବାଦ ହାଇକୋର୍ଟ ଆଜି ଦୁଇ ହିନ୍ଦୁ ନାବାଳିକାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ  ପ୍ରଶାସନକୁ  ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ନିରାପଦରେ ରଖିବା ପାଇଁ ମଧ୍ୟ କୋର୍ଟ ପାକିସ୍ତାନ ସରକାରଙ୍କୁ କହିଛନ୍ତି। ଇସଲାମ ଧର୍ମ ଗ୍ରହଣ କରିବା ଓ ବିବାହ କରିଥିବାରୁ ପରିବାରବର୍ଗ ସେମାନଙ୍କୁ ହତ୍ୟା କରିପାରନ୍ତି ବୋଲି ଅପହରଣ ହୋଇଥିବା ଦୁଇ ଝିଅ ଅଭିଯୋଗ କରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପାକ ଗଣମାଧ୍ୟମ ଅନୁଯାୟୀ, ଉଭୟ ନାବାଳିକା ଏକ ଭିଡିଓରେ ସେମାନେ ଇଛାରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଇସଲାମାବାଦ  ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏହି ଦୁଇ ଝିଅ ତାଙ୍କର ଏବଂ ତାଙ୍କ ସ୍ବାମୀଙ୍କର ସୁରକ୍ଷା ପାଇଁ ଆବେଦନ କରିଥିଲେ। କୋର୍ଟରେ ଝିଅମାନେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି।ସେମାନେ କହିଛନ୍ତି ତାଙ୍କର ବୟସ ୧୮ ଓ ୨୦ ବର୍ଷ। ସେମାନେ ତାଙ୍କର ଇଛା ଅନୁସାରେ ଇସ୍ଲାମ ଧର୍ମ ଗ୍ରହଣ କରିଛନ୍ତି। ସରକାର ଓ ମିଡିଆ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି। ଏହା ଉପରେ ରୋକ ଲଗାଯାଉ, ଝିଅମାନେ ମଧ୍ୟ ତାଙ୍କର ସୁରକ୍ଷା ମାଗିଛନ୍ତି।

କୋର୍ଟ ଏହି ଦୁଇ ଝିଅ ଏବଂ ତାଙ୍କ ସ୍ବାମୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି। ଡେପୁଟି କମିଶନରଙ୍କ ଅନୁମତି ବିନା ଇସଲାମାବାଦ ବାହାରକୁ ଯାଇପାରିବେନି ବୋଲି କହିଛନ୍ତି କୋର୍ଟ। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଟ୍ବିଟ୍ କରି କହିଛନ୍ତି ଉଭୟଙ୍କ ବୟସ ୧୫ ଓ ୧୩ ହୋଇଥିବା ବେଳେ ସେମାନେ କିଭଳି ଧର୍ମ ପରିବର୍ତ୍ତନ ଓ ବିବାହ ଭଳି ନିଷ୍ପତ୍ତି ନେଇପାରିବେ ?  ସେମାନଙ୍କୁ ନ୍ୟାୟ ଦାବି କରି ତାଙ୍କ ପରିବାରବର୍ଗଙ୍କୁ ଫେରେଇଦେବାକୁ ସୁଷମା କହିଛନ୍ତି।  

ସୁଷମା ଏହି ମାମଲାରେ ପୂର୍ବରୁ ପାକିସ୍ତାନ ମନ୍ତ୍ରୀଙ୍କ ସହ କଥା ହେବା ସହ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଦୁଇ ଝିଅଙ୍କୁ ଅପହରଣ କରାଯିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ଯେଉଁଥିରେ ଜଣେ ମୌଲବୀ ଏହି ଦୁଇ ଝିଅଙ୍କୁ ବିବାହ କରୁଛନ୍ତି। ଆଉ ଏକ ଭିଡିଓରେ ଏହି ଦୁଇ ନାବାଳିକା କହୁଛନ୍ତି ସେମାନେ ତାଙ୍କ ଇଛାରେ ଇସ୍ଲାମ ଧର୍ମ ଗ୍ରହଣ କରିଛନ୍ତି। ଘଟଣା ସହ ସମ୍ପୃକ୍ତ ୭ଜଣଙ୍କୁ ପାକ ପୋଲିସ  ଗିରଫ କରିଛି।