PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଜ୍ୟୋତର୍ବିଦ୍ ଭ୍ଲାଡ୍ ରସ୍‌ଙ୍କ ପୂର୍ବାନୁମାନ, ମାର୍ଚ୍ଚ ଯାଏ ବଞ୍ଚିବେ ପୁଟିନ୍‌ !

ମସ୍କୋ,୬/୭ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ୪ମାସ ହେବ ଯୁଦ୍ଧ ଲାଗି ରହିଥିବାବେଳେ ଏବେ ଏହାକୁ ନେଇ ଦୁଇ ଦେଶର ଜ୍ୟୋତିର୍ବିଦ୍‌ଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଯୁଦ୍ଧରେ ରୁଷ ହିଁ ବିଜୟୀ ହେବା ନେଇ ଦେଶର ଜ୍ୟୋତିର୍ବିଦ୍‌ମାନେ ଆକଳନ କରିଛନ୍ତି । ସେପଟେ ୟୁକ୍ରେନ୍‌ର ଜ୍ୟୋତିଷମାନେ ବିପରୀତ ପୂର୍ବାନୁମାନ ଲଗାଇଛନ୍ତି ।

ୟୁକ୍ରେନ୍‌ ଗଣମାଧ୍ୟମରେ ଜଣେ ଅତି ପରିଚିତ ଜ୍ୟୋତିର୍ବିଦ୍‌ ଭ୍ଲାଡ୍‌ ରସ୍‌ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ପୁଟିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ରହିଛି । ସେ ଖୁବ୍‌ ବେଶିରେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତିଷ୍ଠିପାରିବେ । ପୁଟିନ୍‌ଙ୍କ ପରେ ରୁଷର ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳିଯିବ । ଏହା ସେତେ ଆକ୍ରାମକ ହେବନାହିଁ । ଏହାଦ୍ୱାରା ଦୁଇଦେଶ ମଧ୍ୟରେ ସମ୍ପର୍କ ଭଲ ହେବା ସମ୍ଭାବନା ରହିଛି ।

ୟୁକ୍ରେନ୍‌ର ଆଉଜଣେ ଜ୍ୟୋତିର୍ବିଦ୍‌ ଆଞ୍ଜେଲା ପର୍ଲ କହିଛନ୍ତି, ରୁଷର ଗ୍ରହ ସାଟର୍ନ (ଶନି ଗ୍ରହ) ଥିବା ବେଳେ ୟୁକ୍ରେନ୍‌ର ଗ୍ରହ ୟୁରାନସ୍‌ (ଅରୁଣ ଗ୍ରହ) ରହିଛି । ତେଣୁ ଯୁଦ୍ଧରେ ୟୁକ୍ରେନ୍‌ର ବିଜୟ ନିଶ୍ଚିତ । ଯୁଦ୍ଧ ଲମ୍ବା ଅବଧି ପାଇଁ ଜାରି ରହିପାରେ । କିନ୍ତୁ ଶେଷରେ ରୁଷ ପରାଜିତ ହେବ । ୟୁକ୍ରେନ୍‌ ପାଇଁ ୟୁରୋପ ଓ ଆମେରିକା ପକ୍ଷରୁ ଆହୁରି ସହାୟତା ଆସିବ । ପୁଟିନ୍‌ଙ୍କୁ ରୋକିବା ପାଇଁ ସମସ୍ତେ ଏକାଠି ହେବେ ବୋଲି ଆଞ୍ଜେଲା ଆଶାବ୍ୟକ୍ତ କରିଛନ୍ତି । ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍‌ବାସୀଙ୍କୁ ଚିନ୍ତା ଘାରିଛି । ସେମାନେ ପରମାଣୁ ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ବାବଦରେ ଜାଣିବା ପାଇଁ କିଛି ନାଗରିକ ଜ୍ୟୋତିର୍ବିଦ୍‌ଙ୍କ ପାଖକୁ ଯାଇ ଭବିଷ୍ୟତ ବାବଦରେ ପଚାରି ବୁଝୁଛନ୍ତି । ପରମାଣୁ ଯୁଦ୍ଧର ସମ୍ଭାବନା ଥିଲେ ସେମାନେ ୟୁକ୍ରେନ୍‌ ଛାଡ଼ି ଅନ୍ୟତ୍ର ପଳାଇବାକୁ ମନସ୍ଥ କରିଛନ୍ତି । ଏ ନେଇ ଜ୍ୟୋତିର୍ବିଦ୍‌ ଓଲେନା ଉମାନେଟ୍‌ସ କୁହନ୍ତି, ୨୦୨୩ ମାର୍ଚ୍ଚରେ ରୁଷ ପରମାଣୁ ବୋମା ପକାଇପାରେ ।

ସେପଟେ ରୁଷୀୟ ନାଗରିକମାନେ ମଧ୍ୟ ଯୁଦ୍ଧର ଭବିଷ୍ୟତ ଫଳାଫଳ ଜାଣିବା ପାଇଁ ଜ୍ୟୋତିର୍ବିଦ୍‌ଙ୍କ ପାଖକୁ ଯାଉଛନ୍ତି । ଏ ବାବଦରେ କୋରୋଲ୍ୟୋଭା ନାମକ ଜଣେ ଜ୍ୟୋତିର୍ବିଦ୍‌ କୁହନ୍ତି, ମସ୍କୋ କେବଳ ଆର୍ଥିକ ସମସ୍ୟାରୁ ବାହାରିବ ନାହିଁ, ଯୁଦ୍ଧରେ ମଧ୍ୟ ବିଜୟ ଲାଭ କରିବ । ସେପ୍ଟେମ୍ବରରେ ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ ନେଇପାରେ ଏବଂ ରୁଷ ଏଥିରେ ଜିତିବ । ଚଳିତବର୍ଷ ଫେବ୍ରୁଆରୀ ୨୪ରେ ପୁଟିନ୍‌ ୟୁକ୍ରେନ୍‌କୁ ସେନା ପଠାଇବା ପରଠାରୁ ଜ୍ୟୋଦିର୍ବିଦ୍‌ କୋରୋଲ୍ୟୋଭାଙ୍କୁ ଫୁରୁସତ ନାହିଁ ।

ମସ୍କୋର ଆଉ ଜଣେ ଜ୍ୟୋତିର୍ବିଦ୍‌ କନ୍‌ଷ୍ଟାଣ୍ଟିନ୍‌ ଡାରାଗନ୍‌ କୁହନ୍ତି, ୟୁକ୍ରେନ୍‌ ସହ ଲାଗିଥିବା ଯୁଦ୍ଧରେ ରୁଷ ଜିତିବ । ଏମିତି କି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଲାଗିରହିଥିବା ବିବାଦରେ ମଧ୍ୟ ମସ୍କୋକୁ ଜିତାପଟ ମିଳିବ । ଏହି ଯୁଦ୍ଧ ପରେ ବିଶ୍ୱର କେନ୍ଦ୍ର ହେବ ରୁଷ । ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଆରମ୍ଭ ପରଠାରୁ ଜ୍ୟୋତିର୍ବିଦ୍‌ କନ୍‌ଷ୍ଟାଣ୍ଟିନ୍‌ ଡାରାଗନ୍‌ଙ୍କ ‘ସ୍କୁଲ୍‌ ଅଫ୍‌ କ୍ଲାସିକାଲ୍‌ ଆଷ୍ଟ୍ରୋଲୋଜି’ରେ ଛାତ୍ରଛାତ୍ରୀ ସଂଖ୍ୟା ଦୁଇଗୁଣା ହୋଇଛି ।

ସମ୍ବନ୍ଧିତ ଖବର