PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ସିଂହଦ୍ୱାରରେ ସୁରକ୍ଷା ଚେକିଂ ବିଫଳ ! ଶ୍ରୀମନ୍ଦିରରେ ପଶିଲେ ବିଦେଶୀ ଭକ୍ତ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ପୁରୀ,୨୬/୦୧: ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରଶାସନ ସଂପୂର୍ଣ୍ଣ ଭୁଲି ଯାଇଛି । ବୁଧବାର ଅପରାହ୍ନ ଚାରିଟା ବେଳେ ଜଣେ ବିଦେଶୀ ଭକ୍ତ ସଂହଦ୍ୱାର ଦେଇ ବଡ଼ଦେଉଳକୁ ପ୍ରବେଶ କରିଥିଲେ । ସାଙ୍ଗରେ ଏକ ଝୁଲା ବ୍ୟାଗ୍‌ ବି ଧରିଥିଲେ । ଏହି ବ୍ୟାଗକୁ ପୁଲିସ୍‌ ଯାଞ୍ଚ କରି ଏହିି ବିଦେଶୀ ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡ଼ିଥିଲା ।

ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି, ବାଇଶି ପାହଚରେ ଚଢ଼ିବା ବେଳେ କିଛି ସେବାୟତ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ବାଇଶି ପାହାଚରୁ ଏହି ବିଦେଶୀ ଅନୁପ୍ରବେଶକାରୀ ଫେରିଥିଲେ । ଏହି ଫେରନ୍ତା ଦୃଶ୍ୟକୁ କେହି ଜଣେ ଭିଡିଓ କରିଥିଲେ । ଶ୍ରୀମନ୍ଦିରରେ ପୁଣି ବିଦେଶୀ ଭକ୍ତ ପଶିଲେ ବୋଲି ଖବର ପ୍ରସାର ପ୍ରଚାର ହେବା ପରେ ବି ପୁଲିସର ନିଦ ଭାଙ୍ଗି ନଥିଲା । ଫେରିବା ବାଟରେ ଜୋତା ଷ୍ଟାଣ୍ଡ ସାମ୍ନାରେ ଏହି ଭକ୍ତ କିଛି ସମୟ ଠିଆ ହୋଇଥିଲେ । ତଥାପି ପୁଲିସ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଫିସର ତାଙ୍କୁ ଧରି ନଥିଲେ କି ଜେରା କରି ନଥିଲେ । ସନ୍ଧ୍ୟା ଆଠଟାରେ ଏହି ଖବର ପ୍ରଚାର ହେବା ପରେ ପୁଲିସ ପ୍ରଶାସନର ଚେତା ପଶିଥିଲା । ବିଦେଶୀ ଭକ୍ତ ସେତେବେଳକୁ ସିଂହଦ୍ୱାର ସାମ୍ନାରୁ ଗାଏବ ହୋଇଯାଇଥିଲେ ।

ଏଥିରୁ ସ୍ପଷ୍ଟ ହୋଇଯାଉଛି ସିଂହଦ୍ୱାର ଯାଞ୍ଚ୍‌ ଏକ ତାମସା ଥିଲା । ଏଭଳି ଅଭିଯୋଗ ବି ପୂର୍ବରୁ ଆସିଛି । ମନ୍ଦିର ପ୍ରବେଶ କରିଥିବା ଏହି ଭକ୍ତଙ୍କ ପରିଚୟକୁ ଖୋଜା ଯାଉଛି । ସିଂହଦ୍ୱାର ପୁଲିସ କହିଛି, ବିଦେଶୀଙ୍କ ପରିଚୟ ମିଳି ପାରିନାହିଁ । ବିଦେଶୀଙ୍କ ମନ୍ଦିର ପ୍ରବେଶ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ନାହିଁ । କେବଳ ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଅଭିଯୋଗରେ ମାମଲା ହୋଇ ପାରିବ ବୋଲି ସିଂହଦ୍ୱାର ଥାନା ଦାୟିତ୍ୱରେ ଥିବା ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି । ତେବେ ମନ୍ଦିର ଆଇନ ଉଲ୍ଲଂଘନ ଅପରାଧର ତଦନ୍ତ ବେଳେ କିଛି ଅପରାଧିକ କାର୍ଯ୍ୟର ପ୍ରମାଣ ମିଳିଲେ ପୁଲିସ କେସ କରାଯାଇ ପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର