PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଓଡ଼ିଶାରେ ଖୋଲିଲା ‘ବିଦେଶ ଡାକଘର’ ;ଏଣିକି ଭୁବନେଶ୍ୱରରେ ଚିଠି ପାର୍ସଲର ଓ କଷ୍ଟମ ଯାଞ୍ଚ

ଭୁବନେଶ୍ୱର,୨୧/୦୭(ବ୍ୟୁରୋ): ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ‘ବିଦେଶ ଡାକଘର’ ଖୋଲାଯାଇଛି । ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ପରିସରରେ ସ୍ଥାପନ କରାଯାଇଥିବା ଏହି ବିଦେଶ ଡାକଘରକୁ ଭାରତୀୟ ଡାକ ବିଭାଗର ସଚିବ ଅନନ୍ତ ନାରାୟଣ ନନ୍ଦ ଉଦ୍‌ଘାଟନ କରିଛନ୍ତି ।
ଶ୍ରୀ ନନ୍ଦ କହିଛନ୍ତି, ଏବେ ଓଡ଼ିଶାରୁ ମାସକୁ ହାରାହାରି ୮,୦୦୦ରୁ ୯,୦୦୦ ପାର୍ସଲ ରପ୍ତାନି ହେଉଛି । ଡାକ ରପ୍ତାନିରେ ମୁଖ୍ୟତଃ ହସ୍ତତନ୍ତ, ବୟନ ସାମଗ୍ରୀ, ତାରକସି କାମ ବଡ଼ ଅଂଶୀଦାର ରହିଛି । ଭୁବନେଶ୍ୱର ବିଦେଶ ଡାକଘର ରାଜ୍ୟର କଳା ଓ ସଂସ୍କୃତିକୁ ବହନ କରୁଥିବା ଏସବୁ ସାମଗ୍ରୀ ରପ୍ତାନିକୁ ତ୍ୱରାନ୍ୱିତ କରିବ ଓ ରପ୍ତାନିକାରୀମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଏ ଅବସରରେ ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କାମିଲା କହିଛନ୍ତି, ପୂର୍ବରୁ ବିଦେଶକୁ ପଠାଯାଉଥିବା ଚିଠି ତଥା ପାର୍ସଲଗୁଡ଼ିକୁ କୋଲ୍‌କାତାସ୍ଥିତ ବିଦେଶ ଡାକଘରକୁ ପଠାଯାଉଥିଲା । ସେଠାରେ ଏସବୁ ଚିଠି ଓ ପାର୍ସଲର କଷ୍ଟମ ଯାଞ୍ଚ ହେଉଥିଲା । ଏହି କାରଣରୁ ଚିଠି ତଥା ରପ୍ତାନି ପାର୍ସଲଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାରେ ବହୁ ବିଳମ୍ବ ହେଉଥିଲା ।

ଡ. କାମିଲା କହିଛନ୍ତି, ବର୍ତ୍ତମାନ ସମୟରେ ଓଡ଼ିଶାର ୧,୨୧୦ଟି ଡାକଘର ମାଧ୍ୟମରେ ବିଦେଶକୁ ଚିଠି ଓ ପାର୍ସଲ ବୁକିଂ କରାଯାଉଛି । ଏଣିକି ଏସବୁ ଚିଠି ଓ ପାର୍ସଲ ଭୁବନେଶ୍ୱରସ୍ଥିତ ବିଦେଶ ଡାକଘରେ ପ୍ରୋସେସିଂ ହେବ । କଷ୍ଟମ ବିଭାଗର ଅଧିକାରୀମାନେ ରପ୍ତାନି ହେବାକୁ ଥିବା ଚିଠି ଓ ପାର୍ସଲର ଯାଞ୍ଚ କରିବେ । ଫଳରେ ଓଡ଼ିଶାରୁ ପଠାଯାଉଥିବା ଚିଠି ଓ ପାର୍ସଲ ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବାରେ ବିଳମ୍ବ ହେବନାହିଁ । ଏହା ରାଜ୍ୟର ସାମଗ୍ରୀ ରପ୍ତାନିକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡାକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପଦ୍ମଗନ୍ଧା ମିଶ୍ର, ଭୁବନେଶ୍ୱର ଡାକସେବାର ଜି ଗୁରୁନାଥନ, କେନ୍ଦ୍ରୀୟ ଉତ୍ପାଦ, ବହିଃଶୁଳ୍କ ଓ ଜିଏସ୍‌ଟି ଅତିରିକ୍ତ କମିଶନର ସନ୍ତୋଷ କୁମାର ମହାନ୍ତି, ଯୁଗ୍ମ କମିଶନର ଜେ ସତୀଶ ଚନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ ।