PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଭବିଷ୍ୟତର ସଙ୍କେତ ଦିଅନ୍ତି ରାସ୍ତାରେ ଦେଖାଯାଉଥିବା ଏହି ପଶୁ,ଜାଣନ୍ତୁ ଏସବୁର ଅର୍ଥ

ଧର୍ମଶାସ୍ତ୍ରରେ ପ୍ରତ୍ୟେକ ଜିନିଷ ସହିତ ଯୋଡି ହୋଇ ରହିଥିବା ଶୁଭ-ଅଶୁଭ ସଙ୍କେତ ବିଷୟରେ କୁହାଯାଇଛି। ହିନ୍ଦୁ ଧର୍ମରେ କେବଳ ଗଛ-ଲତା ନୁହେଁ ବଂର ପଶୁ ଓ ପକ୍ଷୀଙ୍କୁ ମଧ୍ୟ ଦେବ-ଦେବୀଙ୍କ ବାହାନ ଏବଂ ତାଙ୍କ ସହିତ ଜଡିତ ବୋଲି ମନେକରାହଯାଏ। ଯଦିଓ ଆଜିର ସମୟରେ ଅଧିକାଂଶ ଲୋକ ନିଜର ସଉକ୍ ପୂରଣ କରିବା ପାଇଁ ପଶୁ-ପକ୍ଷୀଙ୍କୁ ପାଳିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ପଶୁ-ପକ୍ଷୀମାନେ ଆପଣଙ୍କୁ ବହୁବାର ଭବିଷ୍ୟତର ରହସ୍ୟମୟ ସଙ୍କେତ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ପଶୁ ଦେଖିଲେ ମିଳେ କେଉଁ ସଙ୍କେତ?

ବାଜପକ୍ଷୀର ଆଖି ଖୁବ୍ ତେଜ ହୋଇଥାଏ ଓ ବହୁ ଦୂର ପର୍ଯ୍ୟନ୍ତ ଦେଖି ପାରିଥାଏ। ଯଦି ଆପଣଙ୍କୁ ରାସ୍ତାରେ ଯାଉଥିବା ବେଳେ ବାଜପକ୍ଷୀ ଦେଖାଯାଏ ତେବେ ଆପଣଙ୍କୁ ଜୀବନରେ କିଛି ଜିନିଷ ଉପରେ ଫୋକସ୍ କରିବା ଦରକାର। ହୋଇପାରେ ଆଗାମୀ ଦିନରେ ଆପଣଙ୍କ ସହିତ ଏଭଳି କିଛି ହେବ ଯାହାକୁ ସମାଧାନ କରିବାକୁ ଧ୍ୟାନ ଦେବାକୁ ହେବ।

ଯଦି ଆପଣଙ୍କୁ ଲଗାତାର ବହୁଦିନ ଧରି ଚିଲ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କ ପୂର୍ବ ପୁରୁଷ ଆପମଣଙ୍କ ଉପରେ ପ୍ରସନ୍ନ ଓ ଆପଣଙ୍କୁ ଶୁଭ କାମରେ ତାଙ୍କର କୃପା ଆପଣଙ୍କ ସହିତ ରହିଛି।  ଏହା ସହ ଏହା ପରିବର୍ତ୍ତନର ପ୍ରତୀକ ଅଟେ। ଚିଲ ଦେଖିବାର ଏହି କଥାର ମଧ୍ୟ ସଙ୍କେତ ହୋଇପାରେ ଯେ, ଆଗାମୀ ଦିନରେ ଆପଣଙ୍କର ବ୍ୟାପକ ପରିବର୍ତ୍ତନ କରିବାକୁ ପଡିବ।

ଯଦି ଆପଣଙ୍କ ସାମନାକୁ ବାରମ୍ବାର ‘ପେଚା’ ର ଫଟୋ କିମ୍ବା ରାସ୍ତାରେ ଗଲା ବେ​‌ଳେ ପେଚା ଦେଖାଯାଏ ତେବେ ଆପଣଙ୍କୁ ନିଜ ଉପରେ ଭରଷା କରିବା ଦରକାର। ଆପଣଙ୍କର ଯେଉଁ କାମ ରହିଛି ତାହା ଆପଣଙ୍କ ପାଇଁ ଏକଦମ ଠିକ୍। ତେଣୁ ନିଜ ଉପରେ ବିଶ୍ବାସ ରଖି ନିଜର ଆତ୍ମାର କଥା ଶୁଣିବା ଦରକାର।

ଯଦି ଆପଣଙ୍କୁ ବାରମ୍ବାର ଶୁଆ ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଆପଣର କେହି  ରୋଗୀ ଓ ପୂର୍ବ ସମ୍ପର୍କୀୟ ଆପଣଙ୍କୁ କିଛି କହିବାକୁ ଚାହାଁନ୍ତି। ଆପଣ ସଠିକ୍ ଦିଗରେ ଅଛନ୍ତି ଓ ଆପଣ ନିଜର ମନ ଅନୁଯାୟୀ କାମ କରନ୍ତୁ। ସେଥିରେ ଆପଣଙ୍କୁ ସଫଳତାର ଗ୍ୟାରେଣ୍ଟି ମିଳିବ।

ରାସ୍ତାରେ ଯଦି ବାରମ୍ବାର ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ବିକାଶର ଆବଶ୍ୟକତା ରହିଛି। ଆପଣଙ୍କୁ ନୂଆ ଭାବରେ ନିଜର କାମକୁ ନୂତନ ଦିଗ ଦେବା ଦରକାର। ଏହାର ଅର୍ଥ ଆପଣ କୌଣସି କାମକୁ ନେଇ ବହୁବାର ଭାବିବା-ଚିନ୍ତିବାର କୌଣସି ଆବଶ୍ୟକତା ନାହିଁ।