ଝରିଗାଁ, ୯/୫: ୬୨ ଗୋଟି କଇଁଛ ଜବତ କରିଛି ଝରିଗାଁ ବନବିଭାଗ । ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ ଅଧୀନ ଚକଲାପଦର୍ ପଞ୍ଚାୟତ ଅନ୍ତର୍ଗତ କଙ୍ଗରା ସେକ୍ସନରେ ବନବିଭାଗର ପେଟ୍ରୋଲ ଇଙ୍ଗ ସମୟରେ ଯୋଡ଼ାଆମ ଛକ ମୁଖ୍ୟ ରାସ୍ତାରେ କଇଁଛ ଜବତ କରିଛି ବନବିଭାଗ । ଝରିଗାଁ ରେଞ୍ଜର ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ କଇଁଛ ଜବତ ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
{"id":571335,"width":836,"height":981,"sizeSlug":"full","linkDestination":"none"}
ସୂଚନା ମୁତାବକ, ୬୨ ଟି କଇଁଛ, ଯାହାର ଓଜନ ୪୫ କେଜି ହେବ । ଗତକାଲି ଅପରାହ୍ନର ୪ଟା ୪୫ ମିନିଟ୍ ସମୟରେ କଙ୍ଗାରା ସେକ୍ସନ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଫରେଷ୍ଟ ଗାର୍ଡ ଏନ୍ ବାବାଜୀ ରାଓ, ହେମନ୍ତ କୁମାର ଝାଙ୍କର ଏବଂ ଝରିଗାଁ ବନବିଭାଗ କର୍ମଚାରୀଙ୍କ ମିଳିତ ପାଟ୍ରୋଲିଙ୍ଗ ବେଳେ ଯୋଡ଼ାଆମ ଛକରେ କଇଁଛ ବେପାରୀକୁ ଧରିଛି । କେସ ନଂ ୩୧/୨୦୨୩-୨୪ ରେ ବେପାରୀ ଧିରିଜ୍ ମିସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଗ୍ରାମ ଝରିଗାଁ ବ୍ଲକ୍, ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ କୋଦ ଭାଟ୍ଟା ଗ୍ରାମର । ରେଞ୍ଜର ଶ୍ରୀ ଗୋବିନ୍ଦଙ୍କ କହିବା ପ୍ରକାରେ ବେପାରୀ ଜଣକ କଇଁଛ କେଜି ପିଛା ୨୦୦ ଟଙ୍କାରେ ବିକ୍ରି କରୁଥିବା ପ୍ରକାଶ କରିଛି । କଳାହାଣ୍ଡି ଜିଲ୍ଲା କୋକସୋରା ବ୍ଲକ୍ ଗତମୁଣ୍ଡା ପଞ୍ଚାୟତ ସଦରଠାରୁ କଇଁଛ ଆଣି ବ୍ୟବସାୟ କରୁଥିବା ନେଇ ଧିରୋଜ ମିସ୍ତ୍ରୀ ସ୍ୱୀକାର କରିଥିବା ଝରିଗାଁ ରେଞ୍ଜର ଶ୍ରୀ ଗୋବିନ୍ଦ ନାୟକ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।