PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବେଆଇନ କଳା ପଥର ଖାଦାନରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ପଥର ବୋଝେଇ ଟ୍ରାକ୍ଟର ଜବତ

ଖୁଣ୍ଟା,୧୯/୦୩: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ କଳା ପଥର ଖାଦାନରେ ଆଜି ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ବନାଞ୍ଚଳ ଅଧିନସ୍ଥ ଡି଼ଗିଡି଼ଗା ଫରେଷ୍ଟ ସେକସନ୍ ତଥା ବଡ଼ସାହି ଓ ଶ୍ଯାମାଖୁଣ୍ଟା ତହସିଲ ଅଧିନରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ବନ ବିଭାଗ ଆଜି ଅଚାନକ ଚଢ଼ାଉ କରିବା ସହିତ ବ୍ୟବହୃତ ସାମଗ୍ରୀ ଓ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛି।

ଆଜି ପିଠାବଟା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଡ଼ିଗିଡ଼ିଗା ଫରେଷ୍ଟ ସେକସନର ଫରେଷ୍ଟର ଦିଲ୍ଲିପ୍ କୁମାର ପ୍ରଧାନ ସମେତ ଅନ୍ୟ ବନ କର୍ମଚାରୀମାନେ ଶିମିଳିପାଳ ପାଦଦେଶରେ ପେଟ୍ରୋଲିଂ କରୁଥିବା ବେଳେ ଶ୍ଯାମାଖୁଣ୍ଟା ତହସିଲ ଅଧିନରେ ଥିବା ରଙ୍ଗିଭୋଳ ଗ୍ରାମ ସ୍ଥିତ ବେଆଇନ ପଥର ଖାଦାନ ଉପରେ ବନ ବିଭାଗ ଅଚାନକ ଚଢ଼ାଉ କରିଥିଲା। ଖାଦାନରେ ନିୟୋଜିତ ଥିବା ଲୋକମାନେ ବନ କର୍ମଚାରୀଙ୍କୁ ଦେଖି ଖାଦାନରେ ବ୍ୟବହୃତ ସାମଗ୍ରୀ ଛାଡି ଦୋଉଡି ପଳାଇଥିଲେ। ପରେ ବନ ବିଭାଗ ବ୍ୟବହୃତ ସାମଗ୍ରୀ ସବୁକୁ ଜବତ କରି ନେଇ ଆସିଥିଲେ।

ସେହିପରି ଗୁଡି଼ଆଲବନ୍ଧ ଗ୍ରାମ ନିକଟ ରାସ୍ତାରେ ଯାଉଥିବା ଏକ ବେଆଇନ କଳା ପଥର (ଛେଲି) ବୋଝେଇ ଟ୍ରାକ୍ଟର ଓଡି଼ ୧୧ କିଉ ୦୧୫୩ କୁ ବନବିଭାଗ ଅଟକ ରଖିଥିବା ବେଳେ ଡ୍ରାଇଭର ଟ୍ରାକ୍ଟର ଛାଡ଼ି ଚମ୍ପଟ ମାରିଥିଲା। ବନ କର୍ମଚାରୀମାନେ ପରେ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲା।  

ସମ୍ବନ୍ଧିତ ଖବର