ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପହଞ୍ଚିପାରିବ ନି ପାକିସ୍ତାନ ଟିମ୍

Published By : Prameya | January 21, 2025 9:06 PM

ନୂଆଦିଲ୍ଲୀ, ୨୧/୧ : ଚାମ୍ପିୟନ୍ସ ଟ୍ରଫି ୨୦୨୫ ଏବେ ମାତ୍ର କିଛି ସପ୍ତାହ ବାକି ରହିଛି । ୧୯ଫେବୃଆରୀକୁ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ ଏବଂ ଫାଇନାଲ୍ ୯ମାର୍ଚ୍ଚରେ ଖେଳାଯିବ । ଚାମ୍ପିୟନ୍ସ ଟ୍ରଫିରେ ପ୍ରତ୍ୟେକ ଥର ଭଳି ୮ଟିମ୍ ଭାଗ ନେବେ । ଯାହାଙ୍କୁ ୪-୪ ଟିମରେ ଦୁଇଟି ଗ୍ରୁପରେ ବଣ୍ଟାଯିବ । ନେତୃତ୍ବାଧିନ ପାକିସ୍ତାନର କଥା ଯଦି ଆମେ କହିବା ତେବେ ଭାରତ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହ ଗ୍ରୁପ ଏ ରେ ରଖାଯାଇଛି । ଏବେ ପାକିସ୍ତାନର ବରିଷ୍ଠ ଖେଳାଳୀ ଥିବା ବସିତ ଅଲୀଙ୍କ କହିବା ଅଟେ କି ତାଙ୍କ ଟିମ୍ ସେମିଫାଇନାଲ ପର୍ଯ୍ୟନ୍ତ ବି ଯାତ୍ରା କରିପାରିବ ନାହିଁ । 

ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ବସିତ ଅଲୀ କହିଛନ୍ତି କି ତାଙ୍କୁ ମଧ୍ୟମ ଅର୍ଡ଼ର ପାକିସ୍ତାନ ଟିମର ସବୁଠାରୁ ବଡ଼ କମଜୋରୀ ଲାଗୁଛି । ସେ କହିଛନ୍ତି କି, ମୋତେ ଚାମ୍ପିୟନ୍ସ ଟ୍ରଫିରେ ସ୍ପିନ ବୋଲିଂର କେତେକ ରୋଲ୍ ନଜର ଆସୁନାହିଁ । ବାକି ଟିମ୍ ନିକଟରେ ଅଲରାଉଣ୍ଡର ଅଛନ୍ତି । କିନ୍ତୁ ମୋତେ ପାକିସ୍ତାନର ମଧ୍ୟମ ଅର୍ଡ଼ର କିଛି ବିଗିଡ଼ିଥିବା ଦେଖାଯାଉଛି । ମୋତେ ନମ୍ବର ୫, ୬, ଏବଂ ୭କୁ ନେଇ ଚିନ୍ତା ଅଛି । ମୁଁ ଭାବୁଛି କି ସଉଦ ଶକିଲଙ୍କୁ ରଖିବା ଆବଶ୍ୟକ । 

ବାସିତ ଅଲୀ ପାକିସ୍ତାନ ଟିମକୁ ନେଇ ଭବିଷ୍ୟବାଣୀ କରି କହିଛନ୍ତି କି, ପାକିସ୍ତାନ ଲାଗି ଚାମ୍ପିୟନ୍ସ ଟ୍ରଫିର ଟୁର୍ଣ୍ଣାମେଣ୍ଟ ସହଜ ହେବ ନାହିଁ । କୁହାଯାଉଛି କି ଅଷ୍ଟେ୍ରଲିଆକୁ ଅଷ୍ଟେ୍ରଲିଆରେ ଯାଇ ହରାଇଛି, ଦକ୍ଷିଣ ଆଫ୍ରିକାକୁ ତା’ର ଘରେ ଯାଇ ହରାଇଛି କିନ୍ତୁ ଉଭୟେ ଦ୍ବିପାକ୍ଷିକ ସିରିଜ ଥିଲା । କିନ୍ତୁ ଯେତେବେଳେ ଆଇସିସି ଇଭେଣ୍ଟ ହୋଇଥାଏ ସେତେବେଳେ ସବୁ ଟିମ୍ ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇବାକୁ ଆସିଥାନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.