PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆର୍ମିରେ ଯୋଗଦେବାରୁ ଧୋନୀଙ୍କ ମଜା ଉଡାଇଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର

ନୁଆଦିଲ୍ଲୀ ୨୨/୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ଡେଭିଡ୍ ଲୟଡ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ମଜା ଉଡାଇଛନ୍ତି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମର ଘୋଷଣା ପୂର୍ବରୁ ଧୋନୀ ନିଜର ଅନୁପସ୍ଥିତି କଥା କହିଥିଲେ । ସେ ଏଥିପାଇଁ ସମୟ ଦେଇପାରିବେନି କାରଣ ସେ ନିଜ ଅର୍ଦ୍ଧସୈନିକ ରେଜିମେଣ୍ଟ ସହିତ ୨ ମାସ ବିତାଇବା ପାଇଁ ଚାହୁଁଥିଲେ ।  

ଏହାପରେ ଧୋନୀଙ୍କ ଅନୁରୋଧକୁ ଜେନେରାଲ୍ ବିପନି ରାୱତ ମଞ୍ଜୁରୀ ଦେଇଦେଇଥିଲେ । ସେ ପେରାଶୁଟ୍ ରେଜିମେଣ୍ଟ ବାଟାଲିୟନ ସହିତ ଟ୍ରେନିଂ ନେବେ । ଏହି ଟ୍ରେନିଂର କିଛି ଅଂଶ ଜମ୍ମୁ ଓ କଶ୍ମୀରରେ ମଧ୍ଯ ହେବା ଆଶା କରାଯାଉଛି । କହିରଖୁଛୁ ପେରାମିଲିଟ୍ରି ଫୋର୍ସର ପେରାଶୁଟ୍ ରେଜିମେଣ୍ଟରେ ଧୋନୀ ଜଣେ ମାନଦ ଲେଫ୍ଟିନାମଅଟ କର୍ଣ୍ଣଲ ଅଛନ୍ତି ।

ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଧୋନୀଙ୍କ ଅର୍ଦ୍ଧସୈନିକ ରେଜିମେଣ୍ଟ ସହିତ ୨ ମାସ ସମୟ ବିତାଇବା ନିଷ୍ପତ୍ତି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହା ମଧ୍ଯରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଡେଭିଡ୍ ଲୟଡ ଧୋନୀଙ୍କ ସହିତ ଜଡିତ ଖବରକୁ ଟ୍ୱିଟ୍ କରି ମଜା ଉଡାଇଛନ୍ତି ।

ସ୍କାଇ ସ୍ପୋର୍ଟ୍ସ ନିଜ ଟ୍ୱିଟର ପେଜରେ ଧୋନୀଙ୍କ ସେନା ସହିତ କାମ କରିବାକୁ ନେଇ ଏକ ନ୍ଯୁଜ୍ ପୋଷ୍ଟ କରିଥିଲା । ଏହା ଉପରେ ଲାୟଡ ପ୍ରତିକ୍ରିୟା ଦେଇଥିଲେ । ସେ ଏହି ଖବରକୁ ସେୟାର କରି ଏଥିରେ ଜୋରରେ ହସିବାର ୨ଟି ଇମୋଜି ସହ ପୋଷ୍ଟ କରିଥିଲେ । ଅବଶ୍ୟ ଲାୟଡ ନିଜ କମେଣ୍ଟ ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟାର୍ଗେଟକୁ ଚାଲିଆସିଛନ୍ତି । ଅନେକ ଭାରତୀୟ ଫ୍ଯାନ୍ସ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଏବଂ କଡା ପ୍ରତିକ୍ରିୟା ଦେଇଛନ୍ତି । ଅନେକ ୟୁଜର୍ସ ତାଙ୍କୁ ଡରୁଆ କହିବା ସହ ନିଜ କ୍ଯାରିୟରରେ ନଜର ପକାଇବା ପାଇଁ ଉପଦେଶ ଦେଇଛନ୍ତି । ସ୍କାଇ ସ୍ପୋର୍ଟ୍ସ ସହ ଏଚଟି ସ୍ପୋର୍ଟ୍ସର ସେହି ଖବରକୁ ମଧ୍ୟ ସମାନ ଢଙ୍ଗରେ ମଜା ଉଡାଇଛନ୍ତି ଡେଭିଡ୍ ।

ଏହା ପୂର୍ବରୁ ରବିବାର ମୁଖ୍ଯ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଅଧ୍ଯକ୍ଷତାରେ ଚାଲିଥିବା ଚୟନ ସମିତି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରିଛନ୍ତି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଧୋନୀ ଓ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ଯପଟେ ଟିମରେ ଅନେକ ପୂରୁଣା ଖେଳାଳୀ ମଧ୍ୟ ଫେରିଛନ୍ତି ।

ଅନ୍ଯପଟେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଚୟନ କରିବା ପରେ ମୁଖ୍ଯ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନୀଙ୍କ ସନ୍ଯାସ ନେବା ଘଟଣାରେ କହିଛନ୍ତି ଯେ “ଖେଳରୁ ସନ୍ଯାସ ନେବା ସମ୍ପୂର୍ଣ୍ଣ ରୂପେ ଜଣେ ଖେଳାଳୀଙ୍କ ବ୍ଯକ୍ତିଗତ ନିଷ୍ପତ୍ତି । ଧୋନୀ ଭଳି ଜଣେ ଲିଜେଣ୍ଡ ଜାଣିଛନ୍ତି ଯେ ତାଙ୍କୁ କେବେ ସନ୍ଯାସ ନେବା ଉଚିତ୍ । ମୋତେ ଲାଗୁନି ଯେ ଏହି ମାମଲାରେ ଆଉ ଆଲୋଚନା କରିବା ଉଚିତ୍ ବୋଲି । ପ୍ରଥମ କଥା ଏହା ଯେ ସେ ଉପଲବ୍ଧ ନାହାଁନ୍ତି ଏବଂ ଦ୍ୱିତୀୟଟି ଏହା ଯେ ଆମେ ଯୁବ ଖେଳାଳୀଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଲୁଣି ।“

ଏହା ସହ ଏମଏସକେ ପ୍ରସାଦ କହିଛନ୍ତି ଯେ “ଆମେ ଟି-୨୦ ବିଶ୍ୱ କପର ପ୍ରସ୍ତୁତିକୁ ଧ୍ଯାନରେ ଟିମ୍ ଚୟନ କରିଥିଲୁ । ଆମେ  ଋଷଭ ପନ୍ତଙ୍କୁ ଆଧିକ ସୁଯୋଗ ଦେବା ପାଇଁ ଚାହୁଁଥିଲୁ  । ପୂର୍ବରୁ ଆମର ଧୋନୀଙ୍କୁ ନେଇ କିଛି ଅଲଗା ପ୍ଲାନ୍ ଥିଲା କିନ୍ତୁ ବିଶ୍ୱକପ ପରେ ଆମର ଯୋଜନା ହେଉଛି  ପନ୍ତ ଭଳି ଯୁବ ଖେଳାଳୀଙ୍କୁ ସୁଯୋଗ ଦେବା ।

ସମ୍ବନ୍ଧିତ ଖବର