ମୁମ୍ବାଇ, ୮/୦୪: ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି କେଦାର  ଯାଦବ । ରାଜନୀତ ମୈଦାନକୁ ଓହ୍ଲାଇବେ ପୂର୍ବତନ କ୍ରିକେଟର କେଦାର ଯାଦବ । ବିଜେପିରେ ଯୋଗ ଦେବେ । ମହାରାଷ୍ଟ୍ରର ପୁଣେରେ ରହୁଥିବା ୪୦ ବର୍ଷୀୟ କେଦାର ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

କେଦାର ଯାଦବଙ୍କ କ୍ୟାରିୟର- ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ସେ ଭାରତୀୟ ଦଳରେ ଖେଳିଥିଲେ । ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ଟି ଏକଦିବସୀୟ ଓ ୯ ଟି-୨୦ ମ୍ୟାଚ ଖେଳିଛନ୍ତି । ୧୨୨ ରନ କରିଛନ୍ତି । ଦିନିକିଆରେ ତାଙ୍କ ନାମରେ ଦୁଇଟି ଶତକ ଓ ୬ଟି ଅର୍ଦ୍ଧଶତର ରହିଛି । ୨୦୧୦ରେ ଆଇପିଏଲ ପଦାର୍ପଣ କରିଥିଲେ । ୯୫ଟି ଆଇପିଏଲ ମ୍ୟାଚ ଖେଳି ୮୧ ଇନିଂସରେ ୧୨୦୮ ରନ କରିଛନ୍ତି । ୨୦୧୬ରୁ ୧୭ ଆରସିବି ଦଳରେ ସାମିଲ ଥିଲେ । ୨୦୧୮ରୁ ୨୦୨୦ ଚେନ୍ନାଇ ପାଇଁ ଖେଳିଥିଲେ । ଏହାପରେ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବାର ସୁଯୋଗ ପାଇଥିଲେ । କ୍ରିକେଟରୁ ଅବସର ନେବା ପରେ ରାଜନୀତିକୁ ବାଛିଛନ୍ତି କେଦାର ଯାଦବ ।

ଖାଲି କେଦାର ନୁହଁନ୍ତି ପୂର୍ବରୁ ଅନେକ କ୍ରିକେଟର ସନ୍ୟାସ ନେବା ପରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ, ନବଜୋତ୍ ସିଂ ସିନ୍ଧୁ, ଗୌତମ ଗମ୍ଭୀର ରହିଛନ୍ତି । ଅବସର ପରେ ସେମାନେ ଭିନ୍ନ ଭିନ୍ନ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି ।