ନୂଆଦିଲ୍ଲୀ : ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗ୍ୟାଲେଣ୍ଟ ବଡ଼ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ, ଇସ୍ରାଏଲୀୟ ସେନା ୭ ଅକ୍ଟୋବର ୨୦୨୩ରେ ହମାସର ନେତୃତ୍ୱରେ ହୋଇଥିବା ହମଲା ବେଳେ ବିବାଦାସ୍ପଦ Hannibal Directiveକୁ ଲାଗୁ କରିବାର ଅନୁମତି ଦେଇଥିଲେ। ଇସ୍ରାଏଲର ଚ୍ୟାନେଲ ୧୨କୁ ଦେଇଥିବା ଏକ ସାକ୍ଷାତକାରରେ ଗ୍ୟାଲେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, ସେ କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଏହି ସେନା ନୀତିକୁ ଲାଗୁ କରିବାର ଆଦେଶ ଦେଇ ଥିଲେ। 

Hannibal Directive କଣ  -

Hannibal Directive ଇସ୍ରାଏଲୀୟ ସେନାର ଏକ ସେନା ନୀତି , ଯେଉଁଥିରେ ଇସ୍ରାଏଲୀୟ ସୈନିକ ବା ନାଗରିକ ଶତ୍ରୁ କବଳକୁ ନ ଯାନ୍ତୁ , ଯଦିଓ ଏଥିପାଇଁ ତାଙ୍କର ଜୀବନ ନେବାକୁ ପଡ଼ୁ ପଛେ। ଏହି ନୀତି ଅତ୍ୟଧିକ ବିବାଦାସ୍ପଦ ରହିଛି ଏବଂ ଅନେକ ଯୁଦ୍ଧରେ ଏହାକୁ ଅଣ ଔପଚାରିକ ଭାବେ ଲାଗୁ କରାଯାଇ ଥାଏ। ସର୍ବ ପ୍ରଥମେ ଏହି ନୀତି ୧୯୮୨-୨୦୦୦ର ଲେବାନନର ସଂଘର୍ଷ ବେଳେ ଗଠନ କରାଯାଇ ଥିଲା। ଏହି ନୀତିର ପ୍ରାଥମିକତା ଶତ୍ରୁକୁ ରଣନୀତିକ ଲାଭ ନେବାରୁ ରୋକିବ, ଯଦିଓ ଏଥିପାଇଁ ନିଜର ହିଁ ଲୋକଙ୍କର ସୁରକ୍ଷା ବାଜିରେ ଲାଗୁ ପଛେ।

ଗ୍ୟାଲେଣ୍ଟର ବଡ଼ ଖୁଲାସା –

ହମାସ ଉପରେ ଇସ୍ରାଏଲ ଅଭିଯୋଗ କରିଛି କି, ସେ ୭ ଅକ୍ଚୋବରର ହମଲାରେ ପାଖାପାଖି ୧୧୦୦ ଇସ୍ରାଏଲୀୟ ସୈନିକଙ୍କୁ ଓ ନାଗରିକଙ୍କର ହତ୍ୟା କରିଛି। କିନ୍ତୁ ଗ୍ୟାଲେଣ୍ଟର ବୟାନରୁ ସଙ୍କେତ ମିଳିଥାଏ କି, ଇସ୍ରାଏଲୀୟ ସେନା ମଧ୍ୟ ଏହି ସମୟରେ ଅନେକ ଇସ୍ରାଏଲୀୟ ସୈନିକ ଓ ନାଗରିକଙ୍କ ହତ୍ୟା କରି ଥାଇପାରେ।

ଏହି ହମଲା ବେଳେ, ଇସ୍ରାଏଲୀୟ ସେନା ନିଜର ହିଁ ମାଟିରେ ହେଲିକପ୍ଟର, ଡ୍ରୋନ୍‌ ଓ ଟ୍ୟାଙ୍କ ଗୁଡ଼ିକର ବ୍ୟବହାର କରିଛି। ଏ ସବୁ ହମଲାରେ ହମାସର ଯୋଦ୍ଧାଙ୍କୁ ଟାର୍ଗେଟ୍‌ କରାଯାଇଛି, କିନ୍ତୁ ସେହି ଇସ୍ରାଏଲୀୟ ନାଗରିକଙ୍କୁ ମଧ୍ୟ କ୍ଷତି ପହଞ୍ଚିଛି, ଯାହାକୁ ହମାସ ବନ୍ଧକ କରିଥିଲା। ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁସାରେ, ଇସ୍ରାଏଲୀୟ ହମଲା ବେଳେ ନୋଭା ମ୍ୟୁଜିକ୍ ଫେଷ୍ଟିଭଲରେ ମଧ୍ୟ ହେଲିକପ୍ଟରରୁ ଫାୟାରିଂ କରାଯାଇଛି, ଯେଉଁଥିରେ ଅନେକ ନାଗରିକ ହତାହତ ହୋଇଛନ୍ତି।

ଗ୍ୟାଲେଣ୍ଟ ଏହା ମଧ୍ୟ ଖୁଲାସା କରିଛନ୍ତି କି, ସେ ୧୧ ଅକ୍ଟୋବର ୨୦୨୩ରେ ହିଜବୁଲ୍ଲାହ ଉପରେ ବଡ଼ ହମଲା ଦାବି କରିଥିଲେ , କିନ୍ତୁ ଇସ୍ରାଏଲୀୟ ସରକାରଙ୍କର ନିଷ୍କ୍ରିୟତା କାରଣରୁ ଏହା ହୋଇ ପାରି ନଥିଲା। ସେ ଏହାକୁ ଇସ୍ରାଏଲର ସବୁଠୁ ବଡ଼ ସୁରକ୍ଷା ବିଫଳତା କହିଛନ୍ତି। 

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଓ ତାଙ୍କର କ୍ୟାବିନେଟ୍‌ ଉପରେ ଅଭିଯୋଗ କରିଥିଲେ କି, ସେ ହମାସ ସହ ଯୁଦ୍ଧବିରାମ ଚୁକ୍ତିନାମାରେ ବିଳମ୍ୱ କରିଛନ୍ତି। ତାଙ୍କର ଦାବି କି, ଅପ୍ରେଲ ୨୦୨୪ରେ ଏକ ସମାନ ଶାନ୍ତି ଚୁକ୍ତି ପ୍ରସ୍ତୁତ ଥିଲା, ଯେଉଁଥିରେ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ ସମ୍ଭବ ଥିଲା ।

୮ ଫେବ୍ରୁଆରୀରେ ୩ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଏହା ବଦଳରେ ୧୮୩ ପାଲେଷ୍ଟାଇନ୍‌ କଏଦୀ ଓ ବନ୍ଦୀଙ୍କୁ ମୁକ୍ତ କରାଯିବ।ହମାସର ସେନା ୱିଙ୍ଗ ଅଲ୍-କସମ ବ୍ରିଗେଡ୍‌ ଅନୁସାରେ, ଇସ୍ରାଏଲ ମାନବୀୟ ସହାୟତାରେ ବିଳମ୍ୱ କରି ଯୁଦ୍ଧବିରାମ ଚୁକ୍ତିର ଉଲ୍ଲଙ୍ଘନ କରିଛି। ଏବେସୁଦ୍ଧା ୨୧ଇସ୍ରାଏଲୀୟ ଓ ୫ ଥାଇ ବନ୍ଧକଙ୍କୁ ମୁକ୍ତ କରାଯାଇଛି।