ଆନ୍ଦୋଳନକାରୀ ଉପରେ ବାଇଡଙ୍କ ପକାଇବା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂର୍ବତନ ବିଧାୟକ

ନୀଳଗିରି,୨୬/୧୧(ଆ.ପ୍ର): ନୀଳଗିରି ଆଇଟିଡିଏ ଅଫିସ ଆଗରେ ଚାଲୁଥିବା ଧାରଣାରେ ଆନ୍ଦୋଳନକାରୀ ଙ୍କ ଉପରେ ବାଇଡଙ୍କ ପକାଇବା ଘଟଣା ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ଉନ୍ନୟନ ସଂସ୍ଥା ବିକାଶ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଆସିବା ପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ।ତଥ୍ୟ ନମିଳିବାରୁ ଶୁକ୍ରବାର ଆଇଟିଡିଏ ଅଫିସ ଆଗରେ ଧାରଣା ଦେଇଥିଲେ।ଧାରଣା ଭଣ୍ଡୁର କରିବା ପାଇଁ ବାଇଢଙ୍କ ଉଡାଇବା ସହ କିଛି ଲୋକଙ୍କୁ ଆଣି ଆନ୍ଦୋଳନକାରୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଭଣ୍ଡୁର କରିବାକୁ ଆସିଥିବା ଲୋକଙ୍କୁ ସେଠାରୁ ବାହାର କରିଦିଆଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ ବେଶ ବର୍ଷିଛନ୍ତି। କେସିପୁର ପଞ୍ଚାୟତ ରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବହୁ ଯୋଜନା ବ୍ୟାପକ ଦୁର୍ନୀତି ହୋଇଛି। କାଳେ ତଥ୍ୟ ଆସିବା ପରେ ଯନ୍ତ୍ରୀଙ୍କ ଅସଲ ଚେହେରା ପଦାକୁ ଆସିବ ତେଣୁ କିଛି ଲୋକଙ୍କୁ ଭେଳାଇ ଧାରଣା ଭଣ୍ଡୁର ଯନ୍ତ୍ରୀ ଜଣକ କରିଥିବା ପୂର୍ବତନ ବିଧାୟକ କହିଛନ୍ତି। ଖାଲି ସେତକ ନୁହଁ ତାଙ୍କର ପେଟି କଣ୍ଟ୍ରାକ୍ଟର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ପୀଠହତା,ତେଲିପାଳ ପଞ୍ଚାୟତରେ ମଧ୍ୟ ଏହି ଦୁର୍ନୀତି ଲମ୍ବିଛି। ସେ ଦେଇଥିବା ଥାନାରେ ଅଭିଯୋଗର କାର୍ଯ୍ୟାନୁଷ୍ଠାନରେ ପୋଲିସ ତଦନ୍ତରେ ଶିଥିଳତା ନକରି ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।