ଭୁବନେଶ୍ବର,୨୭।୧ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ରାଜ୍ୟ  ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ  ପାହ୍ୟା ମିଳିଛି।   ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  

ଆଇପିଏସ ପ୍ରକାଶ ମିଶ୍ର  ସିଆରପିଏଫ, ଏନଡିଆରଏଫ ଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ସେ  ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଭାବେ ପରିଚିତ। ସେ  ଗତ ୨୦୧୯ ମସିହାରେ ବିଜେପି ଟିକେଟରୁ କଟକ ଲୋକସଭା ଆସନରେ ନିର୍ବାଚନ ଲଢିଥିଲେ।