ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସିଆଇଏସଏଫ ଯବାନ ଓ କୋଇଲା ଚୋରଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଚୋର ମୃତ

ରାଞ୍ଚି: ଝାଡ଼ଖଣ୍ଡ ଧନବାଦ୍ ଜିଲ୍ଲାରେ ସିଆଇଏସଏଫ ଯବାନ ଓ କୋଇଲା ଚୋରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ପ୍ରାୟ ୪ ଜଣ କୋଇଲା ଚୋରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏନେଇ ରବିବାର ପୁଲିସ ସୂଚନା ଦେଇଛି। ଜଣେ ଅଧିକାରୀ କହିଛନ୍ତି, ରାଜଧାନୀ ରାଞ୍ଚିଠାରୁ ୨୦୦ କିଲୋମିଟର ଦୂରରେ ଥିବା ଧାନବାଦ୍‌ ବାଘମାରା ପୁଲିସ ଥାନା ଅଞ୍ଚଳରେ ଏହି ଗୁଳିବିନିମୟ ଘଟିଛି। ସେଠାରେ ଥିବା ବେନିଡିହ କୋଇଲା ସାଇଡିଂରେ ଶନିବାର ବିଳମ୍ବିତ ରାତି ୧୨ ଟା ୩୦ ସମୟରେ ସିଆଇଏସଏଫ ଯବାନ ଏବଂ କୋଇଲା ଚୋରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  

ଧନବାଦ ଥାନା ଅଧିକାରୀ ରିସମା ରେମଶନ ‘ପିଟିଆଇ-ଭାଷା’କୁ ସୂଚନା ଦେଇଛନ୍ତି ଯେ ବିନିଡିହ  କୋଇଲା ସାଇଡିଂରେ କୋଇଲା ଚୋରମାନେ ଏକତ୍ରିତ ହୋଇଥିବା ସୂଚନା ସିଆଇଏସଏଫକୁ ମିଳିଥିଲା। ଏହାପରେ ସିଆଇଏସଫ ଯାବାନମାନେ ଘଟଣାସ୍ଥଳରେ ପହଞ୍ଚି କୋଇଲା ଚୋରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ କୋଇଲା ଚୋରମାନେ ଯବାନଙ୍କ ଉପରେ ଗୁଳି ଚାଳନା କରିବା ସହ ପଥର ମାଡ଼ କରିଥିଲେ। ଫଳରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ।   

ରେମଶନ କହିଛନ୍ତି, ଏହି ଗୁଳି ବିନିମୟରେ ୪ ଜଣ କୋଇଲା ଚୋରଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ଏବଂ ଆଉ  ୪ ଜଣଙ୍କ ଅବସ୍ଥା ସ୍ଥିର ରହିଛି।  

Copyright © 2022 - Summa Real Media Private Limited. All Rights Reserved.