PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବଜ୍ରପାତରେ ଚାଷୀ ମୃତ

ଖଇରା,୦୪/୧୦ (ଆପ୍ର) : ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତରେ ଟଳିପଡ଼ିଲେ ଜଣେ ଚାଷୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ଥାନା ନାୟଖଣ୍ଡି ପଞ୍ଚାୟତ କଅଁଳଖୁଣ୍ଟା ଗ୍ରାମରେ।

କଅଁଳଖୁଣ୍ଟା ଗ୍ରାମର ଦୁଖୀଶ୍ୟାମ ଖୁଣ୍ଟିଆଙ୍କ  ସାନପୁଅ  ବିବେକାନନ୍ଦ ଖୁଣ୍ଟିଆ(୪୭) ଓ ତାଙ୍କ ବଡ଼ଭାଇ ସମ୍ବୁନାଥ ଖୁଣ୍ଟିଆ ଦୁଇଭାଇ ଚାଷ କାର୍ଯ୍ୟୟ କରିବା ପାଇଁ ବିଲକୁ ଯାଇଥିଲେ । ଦୁଇ ଭାଇ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ବିବେକାନନ୍ଦ ବିଲରେ ଟଳି ପଡ଼ିଥିଲେ । ପାଖରେ ଥିବା ବଡ଼ ଭାଇ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମ ବାସୀମାନେ ବିଲରେ ପହଞ୍ଚି ବିବେକାନନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡ଼ିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଖଇରା ଥାନା ଆଇ ଆଇସି ଗଣେଶ୍ବର ପ୍ରଧାନଙ୍କ ନିର୍ଦେଶ କ୍ରମେ ଏଏସଆଇ ଉପେନ୍ଦ୍ର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ବିବେକାନନ୍ଦ ମୃତ୍ୟୁ ଖବର ପାଇ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।