ନୂଆଦିଲ୍ଲୀ,୬।୧୦: ଫ୍ରାନ୍ସ ରାଜନୀତି ଦୁନିଆରେ ବଡ଼ ଖବର। ପ୍ରଧାନମନ୍ତ୍ରୀ ସେବେଷ୍ଟିୟନ୍ ଲେକୋର୍ନୁ ସୋମବାର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମାତ୍ର ୨୭ ଦିନର ରହିଥିଲା, ଯାହାକି ପଞ୍ଚମ ଗଣରାଜ୍ୟର ଇତିହାସରେ ସବୁଠାରୁ କମ୍ ରହିଥିଲା। ୬ ଅକ୍ଟୋବର ତଥା ଆଜିର ଦିନରେ ନିଜ ନୂଆ ମନ୍ତ୍ରୀମଣ୍ଡଳର ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଲେକୋର୍ନୁ ଏହି ନିଷ୍ପତ୍ତି ନେଇଛନ୍ତି। ୯ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ଲେକୋର୍ନୁ। ମନ୍ତ୍ରୀମଣ୍ଡଳ ଗଠନର ଘୋଷଣା ମା ନିଜ ଦଳ ଓ ବିରୋଧି ଦଳ ପକ୍ଷରୁ କଡା ସମାଲୋଚନା କରାଯାଇଥିଲା।

କାରଣ ୧୮ ସଦସ୍ୟ ବିଶିଷ୍ଟ ମନ୍ତ୍ରୀମଣ୍ଡଳରେ ୧୨ ଜଣ ପୂର୍ବତନ ସରକାରଙ୍କର ଥିଲେ।ଯାହାଫଳରେ ଅସନ୍ତୋଷ ବଢିଥିଲା। ଲେକୋର୍ନୁ ମଙ୍ଗଳବାର ନ୍ୟାସନାଲ ଆସେମ୍ବଲିରେ ନିଜ ସରକାରଙ୍କ ରୂପରେଖ ଆଗତ କରିବାର ଥିଲେ, କିନ୍ତୁ ଇସ୍ତଫାରପୁରେ ସ୍ଥିତି ସବୁକିଛି ପଲଟାଇ ଦେଇଥିଲା। ନୂଆ ସରକାରଙ୍କ ନିକଟରେ ସବୁଠାରୁ ବଡ଼ ବାଧା ଆଗାମୀ ବର୍ଷର କାଟ କେନ୍ଦ୍ରୀୟ ବଜେଟ୍‌କୁ ସଂସଦରେ ପାସ୍ କରିବାର ଥିଲା।

ଲେକୋର୍ନୁଙ୍କ ଏହି ପଦେକ୍ଷପ ଦ୍ବାରା ଫ୍ରାନ୍ସରେ ରାଜେନୖତିକ ସଙ୍କଟ ଆହୁରି ଗମ୍ଭୀର ହୋଇଛି। ଏହା ସହ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ଉପରେ ମଧ୍ୟ ଚାପ ବଢି ଯାଇଛି। ମାକ୍ରନ୍ ଏପର୍ଯ୍ୟନ୍ତ ତିନୋଟି ବିଫଳ ସଂଖ୍ୟାଲୁଘ ସରକାରଙ୍କୁ ପରିଚାଳିତ କରିସାରିଛନ୍ତି। ତାଙ୍କୁ ଫ୍ରାନ୍ସ ରାଜକୋଷର କ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ସଂସଦରେ ଏକ ସନ୍ତୁଳିତ ବଜେଟ୍ ପାସ୍ କରିବାର ଜଟିଳ ରାଜନୈତିକ ଦାୟିତ୍ବ ଦିଆଯାଇଛି।