PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କେନ୍ଦ୍ରର ପାର୍ବଣ ଉପହାର: ତିନି ମାସ ବୃଦ୍ଧି ହେଲା ମାଗଣା ରାସନ ଯୋଜନା, ରେଳ ଅଧୁନିକୀକରଣ ଉପରେ ଗୁରୁତ୍ବ

Image Courtesy: Times of india

ନୂଆଦିଲ୍ଲୀ,୨୮/୦୯: ପାର୍ବଣ ଉତ୍ସବକୁ ନଜରରେ ରଖି ପାଖାପାଖି ୮୦ କୋଟି ଗରିବଙ୍କ ପାଇଁ ମାଗଣା ରାସନ ଯୋଜନାକୁ  ତିନିମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଡିିସେମ୍ବରରେ ଏହି ଯୋଜନା ସରିବାକୁ ଥିବା ବେଳେ, ଏହାକୁ ଆଉ ତିନିମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେବଳ ଏତିକି ନୁହେଁ  ବରଂ ପାର୍ବଣ ସମୟରେ କେନ୍ଦ୍ର ସରକାର ତିନୋଟି ଭାରତୀୟ ରେଳ ଷ୍ଟେସନ୍‌ର ପୁନଃନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ, କେନ୍ଦ୍ର ନିଷ୍ପତ୍ତି ନେଇଛି ଯେ, ପାର୍ବଣରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ୍‌ ପ୍ରଦାନର ଅବଧିକୁ ଅଉ ତିନିମାସ ବୃଦ୍ଧି କରିବେ। ମାଗଣା ରାସନ ଯୋଜନା ୪୪ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟରେ ବୃଦ୍ଧି କରାଯିବ। ପ୍ରତି ମାସରେ ୮୦ କୋଟି ଗରିବ ଲୋକଙ୍କୁ ୫ କିଲୋଗ୍ରାମ ଗହମ ଏବଂ ଚାଉଳ ମାଗଣାରେ ଯୋଗାଇଦିଆଯିବ। ଏହି ଯୋଜନାର ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ରହିଥିବା ବେଳେ ଏହାକୁ ଏବେ ଆଉ ତିନିମାସ ବୃଦ୍ଧି କରାଯାଇଛି।

ପାର୍ବଣ ଋତୁରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ DA ବୃଦ୍ଧି କରାଯାଇଛି। ୭ମ ବେତନ ଆୟୋଗଙ୍କ ନିୟମାନୁଯାୟୀ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ୩୮ ପ୍ରତିଶତ କର୍ମଚାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେବ। ମୁଦ୍ରାସ୍ଫୀତି ପରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ତାର କର୍ମଚାରୀମାନଙ୍କୁ ପ୍ରିୟତା ଭତ୍ତା ବା ପ୍ରଦାନ କରାଯାଇଛି। ଏହି ସବୁ ସୁବିଧା ଭିତରେ ଭାରତୀୟ ରେଳବାଇକୁ ଏହି ବଡ ଉତ୍ସାହରେ କେନ୍ଦ୍ର କ୍ୟାବିନେଟ୍ ତିନୋଟି ପ୍ରମୁଖ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି – ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ସିଏସ୍ଏମଟି, ମୁମ୍ବାଇ। ଏହି ପ୍ରକଳ୍ପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ବିନିଯୋଗ ଅନ୍ତର୍ଭୁକ୍ତ।