ଶୁକ୍ରବାର ରାଶିଫଳ: ଘାତଚନ୍ଦ୍ର ଏବଂ କେତୁଙ୍କ ନକ୍ଷତ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ନିଯୁକ୍ତିରେ ମିଳିପାରେ ସଫଳତା

Image Courtesy: MARCA
ମେଷ: ଘାତଚନ୍ଦ୍ର ଏବଂ କେତୁଙ୍କ ନକ୍ଷତ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନରେ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ନିଜର ଲୋକ ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ କର୍ମ ପ୍ରତି ଆଳସ୍ୟତା ଭାବ ଦେଖାଦେବ। ଯେଉଁମାନଙ୍କର ଅଶ୍ୱିନୀ ଓ ଦ୍ୱିଜା ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଲେ, ଲୋ, ଲା, ସେମାନେ ସତର୍କ ହେବେ ।
ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଅରାଧନା : ପ୍ରଭୁ ହନୁମାନ
ବୃଷ: ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ। ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସଙ୍କଟ ଉପୁଯିବ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଏବଂ ମନରେ କୁତ୍ସିତ ଭାବନା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ରୋହିଣୀ ଓ ମୃଗଶିରା ବୃଷ ଏବଂ ଯାହାର ପ୍ରଥମ ନାମାକ୍ଷର ଓ, ବା, ବି, ବେ, ବୋ, ସେମାନେ ସତର୍କ ହେବେ।
ଶୁଭରଙ୍ଗ: ଧଳା, ସଂଖ୍ୟା: ୪, ଆରାଧନା : ମା’ କମଳା
ମିଥୁନ: ଏକାଦଶ ଚନ୍ଦ୍ର, ଶୁକ୍ରବାର ଏବଂ କେତୁ ଓ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ ଗୃହ ପ୍ରତିଷ୍ଠା, ଭୂମିପୂଜା, ଗୃହାରମ୍ଭ ଆଦି କରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗ ଦେଇପାରନ୍ତି । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ଉପକୃତ ହେବେ ।
ଶୁଭରଙ୍ଗ: ମେରୁନ୍, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୂର ସୁନ୍ଦରୀ
କର୍କଟ: ଦଶମ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଆଗ୍ରହ ଓ ଗୁରୁତ୍ୱ ଦେବେ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ଅନୁଚିତ୍ କର୍ମରୁ ବିଚ୍ୟୁତ ହୋଇ ଉଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗରେ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ମନରେ ପସନ୍ନତା ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ପୂନର୍ବସୁ କର୍କଟ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧, ଆରାଧନା : ମା’ ସମଲେଶ୍ୱରୀ
ସିଂହ: ଶୁକ୍ଳପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆଶ୍ରୟ ପାଇବେ। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ସମ୍ମାନ ମିଳିବ । ଯେଉଁମାନଙ୍କର ମେଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ।
ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁ ଗଜାନନ
କନ୍ୟା: ଅଷ୍ଟମ ଚନ୍ଦ୍ର ଯୋଗୁ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଓ ଏବେ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ୍ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା, ବାଧାବିଘ୍ନ ଏବଂ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ହସ୍ତା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ପ, ଷ, ଣ, ଠ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ: ଚକୋଲେଟ୍, ସଂଖ୍ୟା: ୮, ଆରାଧନା : ମା’ ଷୋଡ଼ଶୀ
ତୁଳା: ସପ୍ତମ ଚନ୍ଦ୍ର, ଶୁକ୍ରବାର ଏବଂ ଅପରାହ୍ନ ୧ଟା ୨୨ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଯୋଗୁ ମୂଲ୍ୟବାନ ଧାତୁ, ବସନଭୂଷଣ ଏବଂ ଘରୋଇ ଉପକରଣ କ୍ରୟ କରିବେ ଏବଂ ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ ଏବଂ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ନୀଳ, ସଂଖ୍ୟା : ୬, ଆରାଧନା : ପ୍ରଭୁ ଶ୍ରୀରାମ
ବିଛା : ଘାତବାର ଓ ଷଷ୍ଠ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ କମ୍ ରହିବ । ମନରେ ପସନ୍ନତା, ଶରୀରର ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ରୋଗ, ଋଣ ଓ ଶତ୍ରୁ ଏଥିରୁ କିଛି ମାତ୍ରାରେ ମୁକ୍ତି ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କୌଣସି ଶୁଭକର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେବେ । କର୍ମରେ ସଫଳତା ଏବଂ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ବିଶାଖା ବିଛା ସେମାନେ ଉପକୃତ ହେବେ ।
ଶୁଭରଙ୍ଗ: ଲାଲ୍, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ସ୍କନ୍ଦ
ଧନୁ : ଘାତବାର ଏବଂ ଅପରାହ୍ଣ ୧ଟା ୨୨ ମିନିଟ୍ ପରେ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ। ଯେଉଁମାନଙ୍କର ମୂଳା ଓ ପୂର୍ବାଷାଢ଼ା ଧନୁ ସେମାନେ ଉପବକୃତ ହେବେ ।
ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ
ମକର : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଶ୍ରବଣା ମକର ଓ ଯାହାର ପଥମ ନାମାକ୍ଷର ଖି, ଖୁ, ଖୋ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ
କୁମ୍ଭ : ତୃତୀୟ ଚନ୍ଦ୍ର, ଶୁକ୍ରବାର ଓ ଅପରାହ୍ଣ ୧ଟା ୨୨ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ ଆଶା, ଆକାଂକ୍ଷା ଏବଂ ଅଭିଳାଷ ପୂର୍ଣ୍ଣ ହେବ ଏବଂ କୌଣସି ଶୁଭ କର୍ମର ଆୟୋଜନ କରିବେ କିମ୍ବା ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସୁଫଳ ପଇବେ।
ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା
ମୀନ : ଘାତବାର ଏବଂ ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ଓ ଆୟ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ଲାଲ୍, ସଂଖ୍ୟା : ୨, ଆରାଧନା : ପ୍ରଭୁ ଗଜାନନ