PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ଜିଲ୍ଲା ପ୍ରଶାସନ ଗୋଟିଏ ଓ୍ବିକେଟ୍ ହରାଇ ବିଜୟ

ଛତ୍ରପୁର ୨୬/୦୧: ସ୍ଥାନୀୟ  ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭରକୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ କୁମାର ପାତ୍ର ଉପଧିନାୟକ କାର୍ଯ୍ୟ ତୁଲାଉଥିଲେ। ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଠା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଛତ୍ରପୁର ପ୍ରେସ୍ କ୍ଲବ ପ୍ରଥମେ ଟସ  ଜିତି ବ୍ୟାଟିଂ କରି ୩ ଓ୍ବିକେଟ୍ ହରାଇ  ୧୧୦ ରନ୍ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଓ୍ବିକେଟ୍ ବଦଳରେ  ୧୧୧ ରନ୍ କରି ବିଜୟ ହାସଲ କରିଛି । ବିଜୟୀ ଦଳ ଏବଂ ରନର ଦଳକୁ ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ୱ ପ୍ରିୟ ରଞ୍ଜନ ପୃଷ୍ଟି ସିଲ ପ୍ରଦାନ କରିଥିଲେ। ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟ କ୍ରମ ସଂଚାଳନ କରିଥିଲେ। ପ୍ରଶାନ୍ତ କୁମାର  ଶତପଥୀ କ୍ରିକେଟର କମେଣ୍ଟର କାର୍ଯ୍ୟ କରିଥିଲେ । ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ। 

ସମ୍ବନ୍ଧିତ ଖବର