PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଦେଶରେ ପ୍ରଥମ ଥର କରୋନା ରୋଗୀଙ୍କର ହେଲା ପୋଷ୍ଟମର୍ଟମ, ରିସର୍ଚ୍ଚରୁ ମିଳିପାରିବ ଗୁରୁତ୍ବପୂର୍ଣ୍ଣ ତଥ୍ୟ

https://theprint.in/

ଭୋପାଳ,୧୯।୮: ଦେଶରେ ପ୍ରଥମ ଥର ମଧ୍ୟପ୍ରଦେଶର ଭୋପାଳର ଏମ୍ସ ହସ୍ପିଟାଲରେ କରୋନା ଭାଇରସ୍ ସଂକ୍ରମିତଙ୍କ ପୋଷ୍ଟମର୍ଟମ କରାଯାଇଛି। କରୋନା ହେବାପରେ ଶରୀରରେ କିଭଳି ପ୍ରଭାବ ପଡେ ଏହା ଜାଣିବା ପାଇଁ ପୋଷ୍ଟ  କରାଯାଇଥିଲା। ଏପର୍ଯ୍ୟନ୍ତ ବିଦେଶରେ ହୋଇଥିବା ରିସର୍ଚ୍ଚ ଆଧାରରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଉଛି।

ଭାରତୀୟ ଆର୍ୟୁବିଜ୍ଞାନ ପରିଷଦ(ଆଇସିଏମଆର)ରୁ ମଞ୍ଜୁରୀ ମିଳିବା ପରେ ଭୋପାଳ ଏମ୍ସର ରିସର୍ଚ୍ଚ ପାଇଁ ସଂକ୍ରମିତ ବଡିକୁ ପୋଷ୍ଟମର୍ଟମ କରାଯାଇଛି। ରିସର୍ଚ୍ଚ ପାଇଁ ଭୋପାଳ ଏମ୍ସରେ ଅତି କମରେ ୧୦ ସଂକ୍ରମିତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ। ବିଦେଶରେ ହୋଇଥିବା ରିସର୍ଚ୍ଚରେ ଏହା ଜଣାପଡିଛି ଯେ, କରୋନା ସଂକ୍ରମିତ ରୋଗୀଙ୍କ ହାର୍ଟ, ବ୍ରେନ୍ ଓ ଫୁସଫୁସରେ ରକ୍ତ ଜମାଟ ବାନ୍ଧି ନେଇଥାଏ। ଭାରତରେ କରୋନା ରୋଗୀଙ୍କ ଶରୀରରେ ଏହି ଭାଇରସର କ’ଣ ପ୍ରଭାବ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ, ତେଣୁ ଏହି ରିସର୍ଚ୍ଚ କରାଯାଉଛି।

ଭୋପାଳ ଏମ୍ସର ନିର୍ଦେଶକଙ୍କ କହିବା ଅନୁସାରେ, ଏମ୍ସର ଶୀର୍ଷ କମିଟି କରୋନା ସଂକ୍ରମିତ ଶବକୁ ପୋଷ୍ଟମର୍ଟମ କରିବାର ଅନୁମତି ଦେଇଛି। ଏପର୍ଯ୍ୟନ୍ତ ଜଣାପଡିନି ଯେ, କରୋନାର ସବୁଠାରୁ ଅଧିକ ପ୍ରଭାବ ମଣିଷରର କେଉଁ ଅଙ୍ଗରେ ପଡିଥାଏ। ରିସର୍ଚ୍ଚ ପରେ ଡାକ୍ତରଙ୍କୁ ଜଣାପଡିବ ଯେ ରୋଗୀର କେଉଁ ଅଙ୍ଗକୁ ବଞ୍ଚାଇ ହେବ।  ଏଭଳି ହେବା ଦ୍ବାରା କରୋନା ରୋଗୀଙ୍କ ମୃତ୍ୟୁ ଦର କମ୍ କରିବାରେ ସାହାଯ୍ୟ ମିଳିବ। ଯେଉଁ ପର୍ଯ୍ୟନ୍ତ ଭ୍ୟାକସିନ୍ ଆସିନି ଏହି ଉପାୟ ଫଳପ୍ରଦ ହୋଇପାରେ।