PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜିଠୁ ବଢ଼ିବ ଖରା

source:odishatv.in

ଭୁବନେଶ୍ୱର,୭ା୩(ବ୍ୟୁରୋ): ଶୁକ୍ରବାରଠୁ ବଦଳିବ ପାଗ । ମେଘୁଆ ବାଦଲକୁ ଚିରି ଖରା ଆସିବ । ପାଗ ଶୁଖିଲା ରହିବା ସହ କ୍ରମଶଃ ତାପମାତ୍ରା ବଢ଼ିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟ ତମାମ ପାଗ ଶୁଖିଲା ଥିଲା । କେତେକ ଜାଗାରେ ଆକାଶ ଆଂଶିକ ମେଘୁଆ ଥିଲା । ମାତ୍ର ବର୍ଷା ନଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ କହିଛନ୍ତି, ଶୁକ୍ରବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଆସନ୍ତାକାଲିଠୁ ବର୍ଷା ସମ୍ଭାବନା ନାହିଁ । ଶନିବାରଠାରୁ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ପରବର୍ତ୍ତୀ ୨/୩ ଦିନ ଭିତରେ ଦିନ ତାପମାତ୍ରା ୨-୩ ଦିନ ଡିଗ୍ରୀ ବଢ଼ିବ । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ପରିଲକ୍ଷିତ ହେଉନାହିଁ । ଆଜି ମାଲକାନଗିରି ତାପମାତ୍ରା ବଢ଼ି ୩୮ ଡିଗ୍ରୀ ଛୁଇଁଥିଲା । ଭୁବନେଶ୍ୱର ତାପମାତ୍ରା ସର୍ବାଧିକ ୩୨.୯ ଡିଗ୍ରୀ ଥିଲା । ଉତ୍ତର ଓଡ଼ିଶାରେ ତାପମାତ୍ରା ପ୍ରାୟତଃ ୩୦ ଡିଗ୍ରୀରୁ କମ୍‌ ରହିଥିଲା ।

ସମ୍ବନ୍ଧିତ ଖବର