ମେ ୨୩ରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା, ଜାଣନ୍ତୁ ଆପଣ ଅଛନ୍ତି କି ସାମିଲ

ନୂଆଦିଲ୍ଲୀ ୨୪/୦୫: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ମେ ୨୩ ରେ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିଛନ୍ତି। ଶୁକ୍ର ଏହି ରାଶିରେ ୨୭ ଦିନ ରହିବେ। ଶୁକ୍ର ରାଶିର ପରିବର୍ତ୍ତନ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ, କେତେକ ରାଶି ଉପରେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ରହିବ। ଚାଲନ୍ତୁ ଜାଣିବା ସେହି ରାଶ ଗୁଡିକ ବିଷୟରେ…
ମେଷ- ଶୁକ୍ରଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ। ଏହି ସମୟରେ ଆପଣଙ୍କ ଖ୍ୟାତି ଏବଂ ବୈଭବ ବୃଦ୍ଧି ପାଇବ। କ୍ୟାରିୟରରେ ସଫଳତା ହାସଲ୍ ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଅଟକାଯାଇଥିବା ଧନ ଫେରସ୍ତ ହେବ। ମାନସିକ ଶାନ୍ତି ମିଳିବ।
ମିଥୁନ- ମିଥୁନ ରାଶି ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କୁ ଆର୍ଥିକ ଲାଭର ଯୋଗ ରହିବ। କ୍ୟାରିୟରରେ ଆଶାତିତ ସଫଳତା ହାସଲ ହେବ। ଶିକ୍ଷା କ୍ଷେତ୍ରରେ ପ୍ରଗତିର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ।
ସିଂହ- ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅନୁକୂଳ ହେବ। ଚାକିରିରେ ପ୍ରମୋସନ୍ ହେବାର ସମ୍ଭାବନା ରହିବ । ଏହି ସମୟ ମଧ୍ୟରେ, ଆପଣ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇପାବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ। ଲୋକଙ୍କ ସହ ସମ୍ପର୍କରେ ସୁଧାର ଆସିବ।
ମକର- ମକର ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ। ଏହି ସମୟ ମଧ୍ୟରେ ଆପଣ ଯାନର ଆନନ୍ଦ ପାଇବେ। ବିବାହରେ ଆସୁଥିବା ପ୍ରତିବନ୍ଧକରୁ ମୁକ୍ତି ମିଳିବ। ଧୈର୍ଯ୍ୟ ଏବଂ ସ୍ଥିରତା ରଖିବେ।