ଭୁବନେଶ୍ୱର,୦୯/୦୧:  ବିଶ୍ୱ  ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ  ଆସନ୍ତା ୧୦ ତାରିଖରୁ ଫେବ୍ରୁଆରୀ ୨୬  (ମହାଶିବରାତ୍ରି) ପର୍ଯ୍ୟନ୍ତ ଖଣ୍ଡଗିରିରେ  ପଞ୍ଚକୁଣ୍ଡୀୟ ସ୍ନାନ ପାଳନ କରାଯିବ ।  ସେହିଦିନ ବିଶ୍ୱପ୍ରସିଦ୍ଧ ପୂର୍ଣ୍ଣ କୁମ୍ଭମେଳା  ଉଦଘାଟନ ହେବା ସହ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରୁ ପୂର୍ଣ୍ଣ ଘଟ ଜଳ ଆସି  ଖଣ୍ଡଗିରିରେ ପାଞ୍ଚଟି ସ୍ଥାନରେ ସ୍ଥାପନ  କରାଯିବ ।

ଜାନୁଆରୀ ୧୦ରେ ପ୍ରଥମ ସ୍ନାନ, ଜାନୁଆରୀ ୧୩(ପୌଷ ପୂର୍ଣ୍ଣିମା) ରେ ଦ୍ୱିତୀୟ ସ୍ନାନ, ଜାନୁଆରୀ ୧୪(ମକର  ସଂକ୍ରାନ୍ତି)ରେ ତୃତୀୟ ସ୍ନାନ, ଜାନୁଆରୀ ୨୯  (ତ୍ରିବେଣୀ ଅମାବାସ୍ୟା)ରେ ଚତୁର୍ଥ ସ୍ନାନ,  ଫେବ୍ରୁଆରୀ ୨(ଶ୍ରୀପଞ୍ଚମୀ)ରେ ପଞ୍ଚମ  ସ୍ନାନ, ଫେବ୍ରୁଆରୀ ୪ (ମାଘ ସପ୍ତମୀ) ରେ ଷଷ୍ଠ ସ୍ନାନ ଓ ଫେବ୍ରୁଆରୀ ୨୬ରେ  ଅନ୍ତିମ ସ୍ନାନ ଆୟୋଜନ କରାଯିବ ବୋଲି  ଖଣ୍ଡଗିରିସ୍ଥିତ ପାଦୁକା ଆଶ୍ରମଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି।