PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜାଣନ୍ତୁ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ ଓ ଟିମ୍

ନୂଆଦିଲ୍ଲୀ, ୧୩।୭: ବିଶ୍ବକପ ୨୦୧୯ରୁ ବାହାର ହେବାପରେ ଏବେ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଭାରତୀୟ ଟିମର ଓ୍ବେଷ୍ଟଇଣ୍ଡିଜ ଗସ୍ତ ୩ ଅଗଷ୍ଟରୁ ହେବ। ଟିମ ଏହି ସମୟରେ ୩ଟି ଟି-୨୦, ତିନୋଟି ଓ୍ବାନଡେ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ତେଣୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା ଚଳିତ ମାସ ୧୭ କିମ୍ବା ୧୮ ​‌ରେ ହୋଇପାରେ। କୁହାଯାଉଛି ଯେ, ଟି-୨୦ ସିରିଜ ପାଇଁ କ୍ୟାପଟେନ୍ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ପାରେ। ଏହାଛଡା ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଓ ମହମ୍ମନ ଶାମିଙ୍କର ଓ୍ବାର୍କଲୋଡ୍ କମ କରିବା ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ବେଳେ ବିଶ୍ରାମ ଦିଆଯାଇପାରେ। ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟି-୨୦ ସିରିଜରେ କ୍ୟାପଟେନ୍ ଦାୟିତ୍ବ ଦିଆଯାଇପାରେ।

ଓ୍ବେଷ୍ଟଇଣ୍ଡିଜ ଗସ୍ତର ସମ୍ପୂର୍ଣ୍ଣ ସିଡ୍ୟୁଲ: ଭାରତୀୟ ସମୟ, ସ୍ଥାନ  ଏବଂ ତାରିଖ:

୩ ଅଗଷ୍ଟ, ଶନିବାର: ଓ୍ବେଷ୍ଟଇଣ୍ଡିଜ ବନାମ ଭାରତ, ପ୍ରଥମ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ସେଣ୍ଟ୍ରାଲ ବ୍ରୋଓ୍ବର୍ଡ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡ, ଲନଡରାହିଲ, ଫ୍ଲୋରିଡାରେ ଭାରତୀୟ ସମୟ ଅନୁସାରେ ରାତି ୮ଟା ବେଳେ ଖେଳାଯିବ।

୪ ଅଗଷ୍ଟ, ରବିବାର: ଓ୍ବେଷ୍ଟଇଣ୍ଡିଜ ବନାମ ଭାରତ, ପ୍ରଥମ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ସେଣ୍ଟ୍ରାଲ ବ୍ରୋଓ୍ବର୍ଡ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡ, ଲନଡରାହିଲ, ଫ୍ଲୋରିଡାରେ ରାତି ଭାରତୀୟ ସମୟ ଅନୁସାରେ ୮ଟା ସମୟରେ ଖେଳାଯିବ।

୬ ଅଗଷ୍ଟ, ମଙ୍ଗଳବାର: ଓ୍ବେଷ୍ଟଇଣ୍ଡିଜ ବନାମ ଭାରତ, ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲ, ଗୟାନାର ପ୍ରୋଭିଏନ୍ସ ଷ୍ଟାଡିମୟରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଖେଳାଯିବ।

୮ ଅଗଷ୍ଟ, ଗୁରୁବାର: ଓ୍ବେଷ୍ଟଇଣ୍ଡିଜ ବନାମ ଭାରତ, ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲ, ଗୟାନାର ପ୍ରୋଭିଏନ୍ସ ଷ୍ଟାଡିମୟରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ଖେଳାଯିବ।

୧୧ ଅଗଷ୍ଟ, ରବିବାର: ଓ୍ବେଷ୍ଟ ଇଣ୍ଡିଜ ବନାମ ଭାରତ, ତୃତୀୟ ଓ୍ବାନଡେ ଇଣ୍ଟରନ୍ୟାସନାଲ, ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଠାରେ ଥିବା କ୍ବିନ୍ସ ପାର୍କ ଓଭାଲରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଖେଳାଯିବ।

୧୪ ଅଗଷ୍ଟ, ବୁଧବାର: ଓ୍ବେଷ୍ଟ ଇଣ୍ଡିଜ ବନାମ ଭାରତ, ତୃତୀୟ ଓ୍ବାନଡେ ଇଣ୍ଟରନ୍ୟାସନାଲ, ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଠାରେ ଥିବା କ୍ବିନ୍ସ ପାର୍କ ଓଭାଲରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଖେଳାଯିବ।

୨୨-୨୬ ଅଗଷ୍ଟ: ଓ୍ବେଷ୍ଟ ଇଣ୍ଡିଜ ବନାମ ଭାରତ, ପ୍ରଥମ ଟେଷ୍ଟ ମ୍ୟାଚ, ଆଣ୍ଟିଗୁଆର ସର ଭିଭିଆରନ୍ ରିଚର୍ଡ ଷ୍ଟାଡିମୟରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ଖେଳାଯିବ।

୩୦ଅଗଷ୍ଟ-୦୩ ସେପ୍ଟେମ୍ବର: ଓ୍ବେଷ୍ଟ ଇଣ୍ଡିଜ ବନାମ ଭାରତ, ଜମୈକାର କିଙ୍ଗଷ୍ଟନରେ ଥିବା ସବିନା ପାର୍କରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଖେଳାଯିବ।

ସମ୍ବନ୍ଧିତ ଖବର