PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ଆଖି ବୁଜିଲେ ମାଆ ଓ ନବଜାତ ଶିଶୁ

ଜି.ଉଦୟଗିରି, ୦୭/୧୦ : ଜି.ଉଦୟଗିରି ବେଲଘର ଥାନା ସାପେରି ଗ୍ରାମର ନାବାଳିକା ଗର୍ଭବତୀ ଘଟଣା। ଗୁରୁବାର ଜି. ଉଦୟଗିରି ମେଡ଼ିକାଲରେ ଆଖି ବୁଜିଲେ ଉଭୟ ନବଜାତ ଶିଶୁପୁତ୍ର ଏବଂ ନାବାଳିକା। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ।

ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଗତ ମାସ ୨୩ ତାରିଖରେ ଜଣା ପଡିଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲଘର ଥାନାରେ ଏତଲା ଦେଇଥିଲେ। ଏହା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକାଙ୍କୁ ଜି ଉଦୟଗିରି ସୁଭଦ୍ରା ମହତାବ ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଥିଲା। ଗତକାଲି ରାତିରେ ନାବାଳିକାଙ୍କର ପ୍ରସବ ବେଦନା ହୋଇଥିଲା। ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କମ୍ ବୟସରେ ଛାତ୍ରୀ ଜଣକ ପ୍ରସବ କରିବାରୁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ନାବାଳିକା ଜଣଙ୍କ ଆଖି ବୁଜିଥିଲେ।

ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଜି. ଉଦୟଗିରି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅପରପକ୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା କହିଛନ୍ତି ଯେ, ନାବାଳିକାଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ। ଘଟଣାର ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।