ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି

Published By : Harapriya Sethi | December 27, 2024 9:19 AM

ପାରଳଖେମୁଣ୍ଡି,୨୭/୧୨: ସପୁରି ଚାଷ ପାଇଁ ଗଜପତିରେ ଜଳବାୟୁ ପ୍ରାୟତଃ ଠିକ୍‌ ରହିଛି । ଏନେଇ ଚାଷୀମାନେ ଆଗ୍ରହ ସହିତ ସପୁରି ଚାଷ କରୁଛନ୍ତି । ଏଥିସହ ଭଲ ରୋଜଗାର ଆଶା ରଖିଛନ୍ତି । ଏଭଳି ପରିସ୍ଥିତିରେ ଚାଷୀ ପାଇଁ ଆଉ ଏକ ଖୁସି ଖବର ରହିଛି । ଗଜପତିରେ ଉତ୍ପାଦିତ ହେଉଥିବା ସପୁରି ଦୁବାଇ ଯିବ ବୋଲି ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଗଜପତିରେ ବ୍ୟାପକ ପରିମାଣରେ ସପୁରି ଚାଷ ହୋଇଥାଏ ।

ପ୍ରତି ବର୍ଷ ଜିଲ୍ଲାରେ ୬୪୫୮ ମେଟ୍ରିକ୍‌ ଟନ୍‌ ସପୁରି ଉତ୍ପାଦନ ହେଉଛି । ଏହି ଜିଲ୍ଲାରେ ସିମାଞ୍ଚଳମ୍‌, କିଉ ଏବଂ କ୍ୱିନ୍‌ ପ୍ରଜାତିର ସପୁରି ଉତ୍ପାଦନ ହୋଇଥାଏ । କ୍ୱିନ୍‌ ପ୍ରଜାତିର ସପୁରିର ଦେଶ, ବିଦେଶରେ ଚାହିଦା ରହିଛି । ଆସନ୍ତା ବର୍ଷ ଏହି ସପୁରି ଦୁବାଇ ଯିବ । ଏନେଇ ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ଏହା ପଠାଯିବ । ଏହା ହେଲେ ଚାଷୀମାନେ ଉତ୍ସାହିତ ହେବେ । ସୂଚନା ଅନୁସାରେ, ଜିଲ୍ଲାର ୬୬୯ ହେକ୍ଟର ଚାଷ ଜମିରେ ସପୁରି ଚାଷ କରାଯାଉଛି । ରାୟଗଡ ବ୍ଲକରେ ସର୍ବାଧିକ ଚାଷ ହେଉଥିବା ବେଳେ ବର୍ଷକୁ ଏଠାରେ ପ୍ରାୟ ୨ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦିତ ହୋଇଥାଏ । ରାୟଗଡ଼ ବ୍ଲକ୍‌ର ଡାମ୍ବାଲା ପଞ୍ଚାୟତ ସିନ୍ଧବାରେ ପ୍ରୋସେସିଂ ୟୁନିଟ୍‌ ରହିଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଏହା ପରିଚାଳିତ ହେଉଛି । ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଏଠାରେ ସପୁରିକୁ ପ୍ରୋସେସିଂ କରି ବିଭିନ୍ନ ସାମଗ୍ରୀ ତିଆରି କରିଥାଆନ୍ତି । ଏହି ସବୁ ସାମଗ୍ରୀକୁ ଇନ୍ଦୋରର ଏକ ନିର୍ଦ୍ଦିଷ୍ଟ ସଂସ୍ଥା କିଣି ନେଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.