PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଗମ୍ଭୀର କହିଲେ ପନ୍ତ ନୁହେଁ ଏହି ଖେଳାଳୀଙ୍କୁ କରାଯାଉ ଆଗାମୀ ଓ୍ବିକେଟ କିପର,ଟିମକୁ ହେବ ଫାଇଦା

ନୂଆଦିଲ୍ଲୀ,୨୧।୭: ପୂର୍ବତନ କ୍ୟାପଟେନ୍ ତଥା ଟିମ୍ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେନି। ଏବେ ଧୋନି ଟିମରେ ନଥିବାରୁ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ରିଷଭ ପନ୍ତ ଅଛନ୍ତି, କିନ୍ତୁ ଏହି ଲମ୍ବା ଟୁର ପାଇଁ ଟିମରେ ଆଉ ଜଣେ ରିଜର୍ଭ ଓ୍ବିକେଟ କିପର ଦରକାର। ଯଦିଓ ଟେଷ୍ଟ ମ୍ୟାଚରେ ରିଷଭଙ୍କ ପରେ ଦ୍ବିତୀୟ ଓ୍ବିକେଟ କିପର ଭାବରେ ରିଦ୍ଦିମାନ ସାହାଙ୍କ ନାମ ସାମନାକୁ ଆସିଛି।

ଏବେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଜଣେ ଖେଳାଳିଙ୍କର ନାମ ନେଇଛନ୍ତି, ଯାହାଙ୍କୁ ଧୋନିଙ୍କ ବିକଳ୍ପ ଭାବରେ ରଖାଯିବା ଦରକାର ବୋଲି କହିଛନ୍ତି। ଗୌତମ ଗମ୍ଭୀର ଏକ ନ୍ୟୁଜ ଚ୍ୟାନେଲରେ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, ଯେତେବେଳେ ଧୋନି ଦଳର କ୍ୟାପଟେନ୍ ଥିଲେ ସେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଥିଲେ। ଏବେ ଧୋନି କ୍ରିକେଟକୁ ଅଲବିଦା କହିବାର ସମୟ ଆସିଯାଇଛି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆକୁ ନୂଆ କ୍ରିକେଟରଙ୍କ ଏକ ଗ୍ରୁପ୍ କରିବା ଦରକାର।

ଗମ୍ଭୀର ଇଶାନ କିଷନଙ୍କ ନାଁ ନେଇଛନ୍ତି, ତାଙ୍କୁ ଧୋନିଙ୍କ ବିକଳ୍ପ ଭାବରେ ଦଳରେ ସ୍ଥାନ ଦିଆଯାଉ ବୋଲି କହିଛନ୍ତି। ସେ କହିଛନ୍ତି ପନ୍ତ ଓ ସଞ୍ଜୁ ସୈମସନ ମଧ୍ୟ ଖୁବ୍ ଭଲ ଖେଳାଳି କିନ୍ତୁ ଇଶାନ ଖୁବ୍ ଭଲ ବ୍ୟାଟସମ୍ୟାନ। ବାମହାତୀ ବ୍ୟାଟସମ୍ୟାନ କିଷନ ଏବେ ଦେଶର ଭଲ ବ୍ୟାଟସମ୍ୟାନ ଓ ଓ୍ବିକେଟକିପର ଭାବରେ ଜଣାଯାଆନ୍ତି। ଏମତିକି ଚୟନକର୍ତ୍ତା ମଧ୍ୟ କିଷନଙ୍କୁ ପସନ୍ଦ କରନ୍ତି। ଧୋନିଙ୍କୁ ନେଇ ଗମ୍ଭୀର କହିଛନ୍ତି, ସେ ମୋ ସହ, ବିରେନ୍ଦ୍ର ସେହଓ୍ବାଗ ଓ ସଚିନଙ୍କ ସହ ଏଭଳି କରିଥିଲେ। ସେ ଯେତେବେଳେ କ୍ୟାପଟେନ୍ ଥିଲେ କହୁଥିଲେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର। ଏହା ଜରୁରୀ ଯେ, ଭବିଷ୍ୟତ  ଆଡକୁ ଦେଖିବା ଦରକାର। ଇମୋସନାଲ ହେବା ବଦଳରେ ପ୍ରାକ୍ଟିକାଲ ହୋଇ ନିଷ୍ପତ୍ତି ନିଆଯାଉ।