ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ, ଫଟୋ ଚିତ୍ରରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଘଟଣାବଳୀ

Published By : Swapna Ray | October 2, 2024 5:01 PM

ଭୁବନେଶ୍ୱର, ୨।୧୦: ରାଜ୍ୟ ସଂଗ୍ରହାଳୟ ଭିତରେ ରହିଛି ଗାନ୍ଧୀ ଗ୍ୟାଲେରୀ । ମହାତ୍ମାଗାନ୍ଧୀ ଓଡ଼ିଶା ଗସ୍ତ ସମୟରେ କେଉଁଠି ରହିଥିଲେ, କେଉଁମାନଙ୍କୁ ଭେଟିଥିଲେ, କେଉଁଠି ସଭା ହୋଇଥିଲା । ସେହିସବୁ ଏହି ଗ୍ୟାଲେରୀ ବୁଲି ଦେଖିଲେ ଜାଣିହେବ । ଗାନ୍ଧିଜୀଙ୍କ ସହ ଓଡ଼ିଶାବାସୀ ଥିବା ଏହି ଫଟୋଚିତ୍ରରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଘଟଣାକୁ କଏଦ କରାଯାଇଛି ଯାହାକୁ ଦେଖିଲେ ତାଙ୍କ ଗସ୍ତ ସମୟର ସବୁ ଘଟଣା ଜାଣିବାର ସୁଯୋଗ ମିଳିବ । ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କଲେ ପର୍ଯ୍ୟଟକ ମହାତ୍ମାଗାନ୍ଧୀ ଏବଂ ତାଙ୍କର ଓଡ଼ିଶା ଗସ୍ତ ବିଷୟରେ ଜାଣିହେବ । ଗାନ୍ଧୀ ଗ୍ୟାଲେରୀରେ ପ୍ରବେଶ କରିବା ମାତ୍ରେ ସାବରମତୀ ଆଶ୍ରମର ଅନୁଭବ ମିଳିବ । କୁଡ଼ିଆ ଘରେ ଗାନ୍ଧୀ ଚରଖରେ ସୂତା କାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିବ । ଏକ ବୋର୍ଡରେ ଓଡ଼ିଶାରେ ମହାତ୍ମାଗାନ୍ଧୀଙ୍କ ୮ଥର ଗସ୍ତ ନେଇ ବିବରଣୀ ଦିଆଯାଇଛି । ଏଥିରେ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଓଡ଼ିଶାକୁ ୮ ଥର ଗାନ୍ଧିଜୀ ଗସ୍ତ କରିଥିଲେ । 

ଏହି ସମୟରେ ସେ କେବଳ ବ୍ରିଟିଶ ବିରୋଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ବଳ ଦେବା ପାଇଁ ଆସିଥିଲେ ତାହା ନୁହେଁ ବରଂ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ଓଡ଼ିଆଙ୍କ ଦୁର୍ଦ୍ଦିନରେ ସହାୟତା ଓ ସହାନଭୂତିର ସହ ଛିଡା ହୋଇଥିଲେ ବାପୁ । ଏମିତି ଅନେକ କଥା ଏଥିରେ ଲେଖା ଯାଇଛି । ଡିଜିଟାଲ ଡିସ୍‌ପ୍ଲେ ମାଧ୍ୟମରେ ଓଡ଼ିଶାଗସ୍ତର ମ୍ୟାପ୍‌ କରାଯାଇଛି ଯାହାକୁ କ୍ଲିକ୍‌ କଲେ ପ୍ରଥମରୁ ଅଷ୍ଟମ ଥର ଗସ୍ତ ଯାଏ ସବୁ ଦେଖିହେବ । ଯେ କେହି ଏହାର ମଜା ନେବା ସହ ଯେପରି ଏହାକୁ ସହଜରେ ମନେରଖିପାରିବେ ତାର ବ୍ୟବସ୍ଥା କରାଯାଇଛି । ଗ୍ୟାଲେରୀ ମଝିରେ ମହାତ୍ମାଗାନ୍ଧୀଙ୍କ ବ୍ରୋଞ୍ଜର ଏକ ପ୍ରତିମୂର୍ତ୍ତି ରଖାଯାଇଛି । 

ଚିତ୍ରରେ ଗାନ୍ଧିଜୀ ମହିଳାମାନଙ୍କୁ ନେଇ ବ୍ରହ୍ମପୁରରେ କରିଥିବା ସଭା, ବାରିକାଣୀ କ୍ଷୌର କରୁଥିବା, ବୋଲଗଡ଼ ବଙ୍ଗଳା ରହଣି, ସମ୍ବଲପୁରୀ ହସ୍ତତନ୍ତ ପିନ୍ଧିଥିବା ମହିଳାଙ୍କୁ ପ୍ରଶଂସା, ଗାନ୍ଧୀଙ୍କ ପରିଧାନରେ ପରିବର୍ତ୍ତନ, ବେରବୋଇରେ ଗାନ୍ଧିଜୀଙ୍କୁ ଆଚାର୍ଯ୍ୟ ହରିହର ନିଜର ବାଡି ଉପହାର ଦେଉଥିବାର ଦୃଶ୍ୟ ସ୍ଥାନ ପାଇଛି । କାଦୁଆ ଆଶ୍ରମ, ସ୍ୱରାଜ ସଂଗ୍ରାମ ପାଇଁ ମହିଳାଙ୍କ ଅଳଙ୍କାର ଏବଂ ମୂଲ୍ୟବାନ ଜିନିଷ ଦାନର ଚିତ୍ର, ଗାନ୍ଧିଜୀଙ୍କୁ ନେଇ କବିତା, ଅନୁଗୁଳ ଆମ୍ବତୋଟାରେ ଗାନ୍ଧୀ, ଭଦ୍ରକରେ ଗାନ୍ଧୀ ଏମିତି ଓଡ଼ିଶା ଗସ୍ତର ଅନେକ କଥା ଏହି ଗ୍ୟାଲେରୀରେ ସ୍ଥାନ ପାଇଛି ।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.