ଭୁବନେଶ୍ବର, ୨୯।୧୧: ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଓ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମୁହାଁମୁହିଁ । ହୁଇସିଲ ମାରିବା ପ୍ରସଙ୍ଗକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି। ବିଧାନସଭାର ଜୟ ନାରାୟଣ କହିଥିଲେ ହୁଇସଲ ମାରିଲେ ବିଜେଡ଼ି ଭାଙ୍ଗିଯିବ। ଏହା ପରେ ଜୟ ନାରାୟଣଙ୍କୁ ହୁଇସଲ ମାରିବାକୁ ଆହ୍ଵାନ ଦେଇଥିଲେ ଗଣେଶ୍ଵର। ହୁଇସିଲ ମାରି ଥରେ ଜୟନାରାୟଣ ଦେଖନ୍ତୁ। ଅବାସ୍ତବ କଥା କହୁଛନ୍ତି ଜୟନାରାୟଣ। ଆଗକୁ ବିଜେଡ଼ି ସଂଗଠିତ ହୋଇ ପୁଣି ଫେରିବ ବୋଲି ଗଣେଶ୍ବର କହିଥି
ସେପଟେ ଗଣେଶ୍ଵରଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଜୟନାରାୟଣ। ବିଜେପି ବିଧାୟକ ଜୟନାରାୟଣ କହିଛନ୍ତି ଗଣେଶ୍ଵର ନୂଆ ନୂଆ କଂଗ୍ରେସ ଛାଡି ବିଜେଡ଼ିକୁ ଆସିଛନ୍ତି। ନୂଆ ମୁଲ୍ଳା, କରତା ଜ୍ୟାଦା ହାଲ୍ଲା। ବିଜେଡ଼ି ଆଉ ନାହିଁ। ଅଣ କଂଗ୍ରେସ ସବୁ ବିଜେପିକୁ ଆସୁଛନ୍ତି। ସେଥିପାଇଁ ମୁଁ କହୁଛି ହୁଇସି ମାରିଲେ ବିଜେଡ଼ି ଭାଙ୍ଗିଯିବ। ଆମେ ଏବେ ଚାହିଁ ନାହୁଁ।