ପୋଲସରା,୨୨/୦୭: ପରିବା ଦୋକାନରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ। ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ଅଧୀନ ଗୋପବନ୍ଧୁ ହାଇସ୍କୁଲ ଛକଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ସ୍ଥାନୀୟ ସହରର ଗୁଡ଼ୁ ପ୍ରଧାନ ବୋଲି ଜଣାପଡିଛି।
ସୂଚନା ମୁତାବକ, ଦୁଇରୁ ତିନି ଜଣ ଯୁବକ ମୁଁହରେ ମୁଖା ପିନ୍ଧି ଆସି ପରିବା ଦୋକାନରେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ଗୁଡ଼ୁ ଟଳିପଡିଥିଲେ । ଏନେଇ ତାଙ୍କୁ ସ୍ଥାନୀୟ ଲୋକେ ପୋଲସରା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଜାରି ରହିଛି ଚିକିତ୍ସା। ତେବେ କେଉଁ କାରଣ ଯୋଗୁଁ ଏହି ଆକ୍ରମଣ ହୋଇଛି,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।