PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମହାନଦୀକୁ କଲମା ବ୍ୟାରେଜ ବାଧା, ଶଙ୍କାରେ ଗଙ୍ଗାଧର ମେଗା ଲିଫ୍ଟ ପ୍ରକଳ୍ପ

ବରଗଡ଼,୨୫/୫ : ଜଳବାୟୁ ପରିବର୍ତ୍ତନ ସହ ମାନବକୃତ ଅତ୍ୟାଚାର ଯୋଗୁଁ ଓଡ଼ିଶାର ଜୀବନଧାରା ମହାନଦୀ କ୍ରମାଗତ ଭାବେ ଶୁଖିବାରେ ଲାଗିଛି । ଛତିଶଗଡ଼ ସରକାର ନଦୀବକ୍ଷରେ ଏକାଧିକ ଆନିକଟ ଓ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶା ଭାଗ ଟାଙ୍ଗରା ହୋଇଛି । ଏହାଦ୍ୱାରା ବରଗଡ଼ ଜିଲ୍ଲାର ଚାଷବାସ, ମତ୍ସ୍ୟଚାଷ, ପାନୀୟଜଳ ଯୋଗାଣ, ପର୍ଯ୍ୟଟନ ବିକାଶରେ ଶଙ୍କା ସୃଷ୍ଟି କରିଛି । ଜିଲ୍ଲାରେ ପ୍ରବାହିତ ମହାନଦୀର ଶାଖା ଓ ଉପନଦୀ ସମୂହ ଜୀରା, ଦନ୍ତା, ଗିରିଶୂଳ, ରାଞ୍ଜ ନଦୀ ତଥା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ବରଗଡ଼ କେନାଲ ସହିତ ଏକାଧିକ ଶାଖା କେନାଲ ଏପରିକି ରାଜ୍ୟ ସରକାରଙ୍କ ଆଙ୍କାକ୍ଷୀତ ଗଙ୍ଗାଧର ମେହେର ମେଗାଲିଫ୍‌ଟ ପ୍ରକଳ୍ପ ପାଇଁ ମଧ୍ୟ ବିପଦ ପାଲଟିଛି ବୋଲି ଚର୍ଚ୍ଚା ହେଉଛି । 

ମହାନଦୀରେ ଜଳାଭାବ ଯୋଗୁଁ ଅମ୍ବାଭୋନା ଅଞ୍ଚଳର ନଦୀଘାଟମାନ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଛି । ଜଳପ୍ରବାହ କିଛିମାତ୍ର ଫୁଟ ଓସାରରେ ସୀମିତ ରହିଯାଇଛି ।  ନଦୀବକ୍ଷରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ଧୀବରଙ୍କ ବେଉସା ପ୍ରଭାବିତ ହୋଇଛି । ଡ଼ଙ୍ଗା ଚଳାଚଳ ପ୍ରାୟତଃ ବନ୍ଦ ହୋଇ ଯାଇଛି । ଚିଖିଲି ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍‌ ପଡ଼ିଥିବା ବେଳେ ପଥରସେନୀ ଭଳି ପିକନିକ ଘାଟ ମଧ୍ୟ ଜଳାଭାବରୁ ପ୍ରଭାବିତ ହୋଇଛି ।   ସେହିଭଳି ଶୁଷ୍କ ମହାନଦୀ ହୀରାକୁଦ ଡ଼୍ୟାମ ପାଇଁ ମଧ୍ୟ କାଳ ହୋଇଥିବାରୁ ଜଳଭଣ୍ଡାର ଉପରେ ନିର୍ଭରଶୀଳ ସେଚ ପ୍ରକଳ୍ପ, ପାନୀୟଜଳ ଓ ଶିଳ୍ପ ମଧ୍ୟ ପ୍ରଭାବିତ ହେଉଛି । ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଟାଣି କାର୍ଯ୍ୟକାରୀ ହେବାକୁ ଯାଉଥିବା ଓଡ଼ିଶାର ପ୍ରଥମ ଉଦ୍ୟମ ବରଗଡ଼ ଗଙ୍ଗାଧର ମେହେର ମେଗାଲିଫ୍ଟ ପ୍ରକଳ୍ପ ସନ୍ଦିହାନ ଭିତରକୁ ଠେଲି ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ବିଶାଳ ପାଇପ ଲାଇନ ଜରିଆରେ ପାଣି ଅଣାଯାଇ ଚିର ମରୁଡ଼ିଗ୍ରସ୍ତ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା, ଗାଇସିଲାଟ ତଥା ଆଂଶିକ ସେଚିତ ବରଗଡ଼ ଓ ବରପାଲି ବ୍ଲକକୁ ସେଚିତ କରାଯିବା ଲକ୍ଷ୍ୟ ରଖି ନିର୍ମାଣ କାର୍ଯ୍ୟ ଜାରି  ଥିବା ବେଳେ ମହାନଦୀରେ ଜଳାଭାବ ଲକ୍ଷ୍ୟ ପୂରଣରେ ବାଧା ସାଜିପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ବରଗଡ଼ର ଲାଇଫ ଲାଇନ ବରଗଡ଼ କେନାଲ ବନ୍ଦ ହେଲେ ବରଗଡ଼ରେ ଜଳାଭାବ ଦେଖା ଦେଉଥିବା ବେଳେ ପୌରାଞ୍ଚଳ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଠପ୍‌ ପଡ଼ି ଯାଉଛି । 

ବରଗଡ଼ ସମେତ ଓଡ଼ିଶାର ୭ଟି ଜିଲ୍ଲାରେ ମହାନଦୀର ଜଳପ୍ରବାହ ଜାରି ରଖିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନିଅନ୍ତୁ ବୋଲି ପରିବେଶବିତ ଜେଠୁ ଭୋଇ, କୋସଲ ରାଜ୍ୟ ସମନ୍ୱୟ ସମିତି ସହ ଆବାହକ ସୁନୀଲ ପୁରୋହିତ, କୋସଲ ନେତା ସୁରେନ୍ଦ୍ର ପଣ୍ଡା ପ୍ରମୂଖ ପ୍ରକାଶ କରିବା ସହ ଯଥାଶୀଘ୍ର ବରଗଡ଼ ଜିଲ୍ଲାରେ ମଧ୍ୟ ମହାନଦୀ ଉପରେ ଏକ ଆନିକଟ ତିଆରି କରାଯାଉ ବୋଲି ଦାବି କରିଛନ୍ତି ।