PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

‘ସଲମାନ ଖାନଙ୍କୁ ହତ୍ୟା କରିବା ମୋ ଜୀବନର ସବୁଠୁ ବଡ ଲକ୍ଷ୍ୟ’: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ ୧୯/ ୦୩: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ଦେଇଛି । ଜେଲ୍‌ରେ ଥାଇ ବି ତା’ର ତୋଡ କମୁନି । କଳା ହରିଣ ହତ୍ୟା କରି ସଲମାନ ଖାନ ଆମ ସମ୍ପ୍ରଦାୟଙ୍କୁ ଅପମାନିତ କରିଥିବା କହିଥିଲା ଲରେନ୍ସ ବିଷ୍ଣୋଇ । ଏବେ ପୁଣି ଜେଲ୍‌ରୁ ଖୋଲାଖୋଲି ଭାବେ ସଲମାନ ଖାନଙ୍କୁ ଧମକ ଦେଇଛି । ପୂର୍ବରୁ ସେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ଚିଠି ଦେଇଥିଲା ଲରେନ୍ସ । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଲରେନ୍ସ ବିଷ୍ଣୋଇ ଗିରଫ ହୋଇ ଜେଲରେ ରହିଛି । କିନ୍ତୁ ହାଜତରେ ଥାଇ ବି ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଉଛି ।

ଲରେନ୍ସ ବିଷ୍ଣୋଇ ଜାରି କରିଥିବା ଭିଡିଓ ଫୁଟେଜରେ କହିଛି ଯେ, ‘ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା । ଯଦି ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ନମାଗିବେ ତେବେ ତାଙ୍କୁ ହତ୍ୟା କରିବି । ଯଦି ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇଦିଆଯିବ ତେବେ ମୁଁ ନିଶ୍ଚୟ ହତ୍ୟା କରିବି । କିନ୍ତୁ ଯଦି ସେ କ୍ଷମା ମାଗନ୍ତି ତେବେ ବର୍ତ୍ତିଯିବେ । ସଲମାନ ଖାନ ହେଉଛନ୍ତି ଜଣେ ଅହଂକାରୀ ମଣିଷ । ସିଦ୍ଧୁ ମୁସେଓ୍ବାଲା ମଧ୍ୟ ଅହଂକାରୀ ଥିଲା । ସଲମାନ ଖାନଙ୍କ ଅହଂକାର ରାବଣ ଠାରୁ ବି ଅଧିକ’।

ସୂଚନାଯୋଗ୍ୟ ଯେ, ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଦିନ ଦ୍ବିପ୍ରହରେ ହତ୍ୟା କରାଯାଇଥିଲା । ଗତ ବର୍ଷ ମେ ୨୯ ତାରିଖରେ ଘର ଠାରୁ କିଛି ଦୂରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସମେତ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୨୦୨୨ରେ ମଧ୍ୟ ସେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।

ସମ୍ବନ୍ଧିତ ଖବର