PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପିଆଜ ବୋଝେଇ ମିନି ଟ୍ରକ୍‌ରୁ ୫୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମୁନିଗୁଡ଼ା, ୧୧/୦୫ : ପିଆଜ ବୋଝେଇ ମିନି ଟ୍ରକ୍‌ରୁ ଗଞ୍ଜେଇ ଜବତ। ଗଜପତିରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ଏହି ଗଞ୍ଜେଇ ଜବତ କଲା ବିଷମ କଟକ ପୋଲିସ। ମିନି ଟ୍ରକ୍‌ରୁ ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହା ସହ ଜଣଙ୍କୁ ଗିରଫ କରିଛି ପୋଲିସ।

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ନେତାଜୀ ଛକ ନିକଟରେ ନାକାବାନ୍ଦୀ କରି ଗାଡି ମଟର ଯାଞ୍ଚ୍ କରୁଥିଲା। ଏହି ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ମିନି ଟ୍ରକ୍‌କୁ ସନ୍ଦେହ ହେବାରୁ ପୋଲିସ ଅଟକାଇଥିଲା । ଘଟଣା ସ୍ଥଳରୁ ମିନିଟ୍ରକକୁ ଜବତ କରି ଥାନରେ ଯାଞ୍ଚ୍ କରିବା ସମୟରେ ପିଆଜ ବସ୍ତା ତଳୁ ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ବାହାରି ଥିଲା। ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଛି ।

ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଜିଲ୍ଲାର ଫାରିଜାବାଦ ଥାନା ଅନ୍ତର୍ଗତ ଶିରିଶା ଗଞ୍ଜ ଗ୍ରାମର ନବୀନ ଜାଡାନ ।

ସମ୍ବନ୍ଧିତ ଖବର