ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

୨ କୋଟି ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ମାଲକାନଗିରି, ୨୮।୫ : ଚିତ୍ରକୋଣ୍ଡା ଥାନା ପୋଲିସକୁ ବଡ଼ ସଫଳତା। ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ମାଓଗଡ଼ ଭାବେ ପରିଚିତ ଦୁର୍ଗମ ସଙ୍ଗମାଗୁଡା ଜଙ୍ଗଲରେ ଗଛିତ ଥିବା ୨ କୋଟି ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ। ଏସମ୍ପର୍କରେ ଆଜି ଚିତ୍ରକୋଣ୍ଡା ଥାନା ଅଧିକାରୀ ମେଲକା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ବଡ଼ପଦର ପଞ୍ଚାୟତ ମାଓପ୍ରବଣ ସଙ୍ଗମାଗୁଡା ଘଞ୍ଚ ଜଙ୍ଗଲରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ କିଛି ବେପାରୀ ଶନିବାର ରାତିରେ ପ୍ରସ୍ତୁତ ହେଉଥିବା ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲା। ଏହାପରେ ଚିତ୍ରକୋଣ୍ଡା ଥାନା ଆଇଆଇସି  ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଡାଉ କରିଥିଲେ । ଗାଡି ଶଦ୍ଧ ଶୁଣି ପୋଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଲୁଚି ପଳାଇଥିଲେ । ପୋଲିସ ସେଠାରେ ପହଁଚି ଜଙ୍ଗଲ ମଧ୍ୟରେ ଗଛିତ ଥିବା ୮୫ ବସ୍ତା ଗଞ୍ଜେଇ ଜବତ କରିଛି। 

ଜଙ୍ଗଲରେ ବହୁତ ସମୟ ପର୍ଯ୍ୟନ୍ତ ଚାଲାଣକାରୀମାନଙ୍କୁ ଖୋଜିଥିଲେ ସୁଦ୍ଧା ସେମାନଙ୍କ ସନ୍ଧାନ ମିଳି ନଥିଲା। ଅଧିକ ରାତି ହୋଇଯିବାରୁ ପୋଲିସ ଜବତ ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା। ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ତାହା ୨ ଟନ ୧୫୨ କେ.ଜି ଥିବାର ଜଣାପଡିଛି। ଏହାର  ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୧୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏହି ଗଞ୍ଜେଇ କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ କରୁଛି।

ଗତ କିଛିଦିନ ତଳେ କାଲିମେଳା ଥାନା ପୁଲିସ କାର୍‌ରୁ ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତେଲଙ୍ଗାନାର ଜଣେ ପୁଲିସ କନେଷ୍ଟବଲଙ୍କ ସହିତ ଅନ୍ୟ କେତେ ଜଣ ଗିରଫ ହୋଇଥିଲେ। ଠିକ୍ ସେହିପରି ମାଲକାନଗିରି ଥାନା ପୁଲିସ ମଧ୍ୟ ଏକ ଟ୍ରକ୍‌ରୁ ୩ କୁଇଣ୍ଟାଲ ୬୦କେ.ଜି ଗଞ୍ଜେଇ ଜବତ କରି ଉତ୍ତର ପ୍ରଦେଶର ୧୦ଜଣଙ୍କୁ ଗିରଫ କରିଥିଲା। ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାରେ ଚୋରା ଗଞ୍ଜେଇ ବେପରୀମାନେ ସକ୍ରିୟ ହୋଇପଡିଛନ୍ତି। 

Copyright © 2022 - Summa Real Media Private Limited. All Rights Reserved.