ବ୍ରହ୍ମପୁର, ୨୬/୧୨ : ନୂଆବର୍ଷରେ ଅଫିସକୁ ଉପହାର ଆଣିବା ମନା। ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ। ମାର୍ଗଦର୍ଶିକା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। 'ଧରିତ୍ରୀ ମା'ଙ୍କ ପାଇଁ ପ୍ରତିଜ୍ଞା'ରେ ସାମିଲ ହେବାକୁ ଆହ୍ବାନ। ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଲେ ଜିଲ୍ଲାପାଳ। ସେହିପରି ଦିନକ ପାଇଁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବି ଜିଲ୍ଲାପାଳ  ଭି. କିର୍ତ୍ତୀ ଭାସନ ଆହ୍ଵାନ ଦେଇଛନ୍ତି। ପରିବେଶ ପ୍ରଦୂଷଣକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। 

​​​​​​​

ପ୍ରଗତି ପାଇଁ ପ୍ରତିଜ୍ଞା ଘୋଷଣାରେ ସାମିଲ ହେବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି। ଗୋଟିଏ ଥର ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ଥର୍ମୋକୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗୁଁ ପରିବେଶ ପ୍ରଦୂଷିତ ହେଉ ଥିବାରୁ ଗୋଟିଏ ଦିନ ପାଇଁ ଏହି ସାମଗ୍ରୀ ବର୍ଜନ କରିବାକୁ ଜିଲ୍ଲାପାଳ କହିଛନ୍ତି। ପରିବେଶ ପ୍ରଦୂଷଣ ରୋକିବାକୁ ନୂଆ ନିୟମକୁ କଡ଼ା କଡ଼ି ପାଳନ କରିବାକୁ ସେ ଅପିଲ୍ କରିଛନ୍ତି।  

ଏହି ଖବରଟିକୁ ପଢନ୍ତୁ- ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ବାର୍ତ୍ତା, 'ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ'