ଭୁବନେଶ୍ଵର, ୨୬/୧୨ : ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୯ ବର୍ଷରେ ପାଦ ଥାପିଲା ବିଜେଡି। ଶଙ୍ଖ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଦଳୀୟ ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବେ ନବୀନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେଡି କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା।
ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ… pic.twitter.com/6SUUoeOhkx
— Naveen Patnaik (@Naveen_Odisha) December 26, 2025
୨୮ ବର୍ଷ ଅତିକ୍ରମ କରି ବିଜୁ ଜନତା ଦଳ ୨୯ ବର୍ଷରେ ପାଦ ଦେଇଛି। ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ୨୯ ତମ ପ୍ରତିଷ୍ଠା ଦିବସ ପାଳୁଛି। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସେବାର ଗୁରୁମନ୍ତ୍ର ଦେବେ । ରାଜ୍ୟବ୍ୟାପୀ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ବିଜେଡିର ପ୍ରତିଷ୍ଠା ଦିବସ: ଦଳରେ ଥମୁନି ବୟାନବାଜି, ସଞ୍ଜୀବନୀ ଦେବେ କି ନବୀନ ?