PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଗଞ୍ଜାମରେ ସୁଧୁରୁଛି କରୋନା ସ୍ଥିତି, କମୁଛି ସଂକ୍ରମିତଙ୍କ ସଂଖ୍ୟା

ବ୍ରହ୍ମପୁର ୧୪/୮: ଗଞ୍ଜାମ ଜିଲ୍ଲାରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବେ ବଢିଚାଲିଛି କୋଭିଡ୍ ଟେଷ୍ଟିଂ । ଜିଲ୍ଲାରେ ୮୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି କି, ଗଞ୍ଜାମରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଆକ୍ରାନ୍ତଙ୍କ ସ୍ଥିତି ମଧ୍ୟ କମିବାରେ ଲାଗିଛି । ଏ ଯାଏଁ ୧ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଛି । କ୍ରମାଗତ ଭାବେ ବଢିଚାଲିଛି ଟେଷ୍ଟିଂ । ଜିଲ୍ଲାରେ ୮୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି । ସୁସ୍ଥ ହାର ବୃଦ୍ଧି ପାଇବାରେ ଲାଗିଛି । ଏତତ୍ ବ୍ୟତୀତ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ଏହାସହ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।