ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ୍ ଓ ବାଇକ ଜବତ୍

ମ.ରାମପୁର,୫/୬- ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମ.ରାମପୁର ପୁଲିସ୍ ଚଢାଉ କରି ଗଞ୍ଜେଇ ସହ ଗୋଟିଏ ଭ୍ୟାନ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ।

ମ,ରାମପୁର ଥାନା ଅନ୍ତର୍ଗତ ପାଇକ ସଦେଲ ଜଙ୍ଗଲ ନିକଟରେ (୫୯ ନମ୍ୱର୍ ଜାତୀୟ ରାଜପଥ) ଏକ ଭ୍ୟାନ ( ଗାଡ଼ି ନମ୍ବର ଓଡି ୨୬ ସି ୮୬୨୨) ପୁଲିସ୍ ଗାଡ଼ି କୁ ଦେଖି ଜଙ୍ଗଲ ଭିତରକୁ ପଶି ଯାଇଥିଲା । ପୁଲିସ୍ ଗାଡ଼ି ମଧ୍ୟ ସନ୍ଦେହ କରି ଉକ୍ତ ଗାଡ଼ି କୁ ଅଳ୍ପ ବାଟ ପିଛା କରିବା ପରେ ଗାଡ଼ି ଛାଡି ଗଞ୍ଜେଇ ଚୋର ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଭ୍ୟାନ ସହ ଗଞ୍ଜେଇ ଚୋରା ଚାଲାଣକୁ ସୁରକ୍ଷା ଦେ ଉଥିବା ବାଇକ୍ ଆରୋହୀ ମଧ୍ୟ ବାଇକ୍ ଛାଡି ଫେରାର ମାରିଥିଲେ । ଗାଡି ଭିତରେ ବିପୁଳ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା।

ମ. ରାମପୁର ତହସିଲଦାର ଜ୍ୟୋତ୍ସ୍ନା ମାଝୀଙ୍କ ଉପସ୍ଥିତି ପୋଲିସ ଗାଡି ଜବତ୍ କରି ଥାନାକୁ ଆଣିଥିଲା। ତେବେ ଗାଡ଼ିରେ ପ୍ରାୟ ଦୁଇ ଶହ ପଚାଶ କେଜି ର ଗଞ୍ଜେଇ ଥିବା ବେଳେ ଏହାର ଓଜନ ପ୍ରକ୍ରିୟା ଚାଲୁ ରହିଛି ବୋଲି ଥାନା ଅଧିକାରୀ ସଚିନ୍ଦ୍ର୍ ପ୍ରଧାନ ପ୍ରକାଶ କରିଛନ୍ତି । ଜବତ୍ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ଶ୍ରୀରାଜ ପାଢ଼ୀଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ । ଜବତ୍ ଗାଡ଼ି ଦ୍ବୟ ନୂଆପଡା ଜିଲ୍ଲାର ବୋଲି ଜଣା ପଡ଼ିଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।

Copyright © 2022 - Summa Real Media Private Limited. All Rights Reserved.