PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୭୮ କିଲୋ ଗଞ୍ଜେଇ ଜବତ, ୫ ମହିଳାଙ୍କ ସମେତ ୯ ଗିରଫ…

ଗୋଚ୍ଛାପଡା ୩୦/୩: ଫିରିଙ୍ଗିଆ ପୁଲିସ ଆଜି ୭୮ କିଲୋ ଗଞ୍ଜେଇ ଓ ଏକ ଅଟୋରିକ୍ସା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ସୂଚନା ଅନୁଯାୟୀ, କାଶିନିପଦରରୁ ଫୁଲବାଣୀ ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେହି ରାସ୍ତା ଦେଇ ଯାଉଥିବା ଏକ ଅଟୋ ରିକ୍ସା ( ଓଡି ୧୨ ବି ୬୭୨୬)କୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ୭୮ କିଲୋ ୭୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ପୁଲିସ ଗଞ୍ଜେଇ ସହ ଅଟୋ ଜବତ କରିଛି । ଏହି ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୫ ଜଣ ମହିଳାଙ୍କ ସମେତ  ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ, ଅଟୋ ରିକ୍ସାର ଡ୍ରାଇଭର ରାଜେଶ କୁମାର ସାହୁ, କାଶିନିପଦରର ସୁବ୍ରତ ଦିଗାଲ, ଅଭିରାମ ଦିଗାଲ, ମାଳତୀ ଦିଗାଲ, ପ୍ରମିଳା ଦିଗାଲ, କୌଶଲ୍ୟା ଦିଗାଲ, ରୀନା ଦିଗାଲ, ପାର୍ବତୀ ଦିଗାଲ ଓ ବୌଦ୍ଧ ଜିଲ୍ଲା ବଘିଆପଡାର ମନୋଜ କହଁର। ଫିରିଙ୍ଗିଆ ଥାନାରେ ୫୧/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।