ଫିରିଙ୍ଗିଆ ପୋଲିସ ଦ୍ବାରା ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୬ ଫେରାର

ଫୁଲବାଣୀ ୨୫/୫- ଜବତ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ I ଅଥଚ ପୁଲିସକୁ ଚକମା ଦେଇ ଖସି ଯାଉଛନ୍ତି ଗଂଜେଇ ମାଫିଆ I ବୁଧବାର ପୁଣି ଫିରିଙ୍ଗିଆ ପୁଲିସ ଦ୍ୱାରା ୫୨୯ କିଲୋ ଗଂଜେଇ ଜବତ ହୋଇଛି। ତେବେ ଚାଲାଣରେ ସମ୍ପୃକ୍ତ ଛଅ ମାଫିଆ ଫେରାର ହୋଇ ଯାଇଛନ୍ତି। ସୂଚନା ଅନୁସାରେ, ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ତଳ ଟାମଟିଙ୍ଗିଆ ଗାଁ ପାଖ ଜଙ୍ଗଲ ମଧ୍ୟରେ ଥିବା ଏକ କୁଡ଼ିଆ ଘରେ ଚଢ଼ାଉ କରିଥିଲେ I ପୋଲିସ ଆସିବାର ଖବର ପାଇ ମାଫିଆ ମାନେ ଗଂଜେଇ ଭର୍ତି ବସ୍ତା ଛାଡି ଫେରାର ହୋଇ ଯାଇଥିଲେ। ପୋଲିସ ୨୧ ଟି ବସ୍ତାରେ ଭର୍ତ୍ତି ହୋଇ ଥିବା ଏହି ଗଂଜେଇକୁ ଜବତ କରିଥିଲେ I ଫେରାର ହୋଇଯାଇଥିବା ଛଅ ଜଣ ମାଫିଆଙ୍କୁ ଚିହ୍ନଟ କରିସାରିଥିବା ସୂଚନା ଦେଇଛି ପୁଲିସ। ଏମାନେ ସମସ୍ତେ ତଳଟାମଟିଙ୍ଗିଆ ଗାଁର ବୋଲି ଜଣା ପଡିଛି ଏବଂ ସେମାନଙ୍କ ମାଧ୍ୟ୍ୟରେ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିବା ମଧ୍ୟ କୁହାଯାଉଛି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୮୪/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି।