ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାର ଭିତରେ ଗଞ୍ଜେଇ ୪୮ କେଜିର ଚାଲାଣ, ୨ ଗିରଫ

Published By : Anindita Ratha | May 8, 2025 2:21 PM

ଭୁବନେଶ୍ବର,୦୮/୦୫:   କାର ଭିତରେ ଗଞ୍ଜେଇ ଚାଲାଣ । ଧରିଲା ଆଦର୍ଶ ଥାନା ପୋଲିସ। ୪୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।  ତେବେ ବୌଦ୍ଧ ଦେଇ ଅନ୍ୟ ଅଞ୍ଚଳକୁ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ନିକଟରୁ ଧରାପଡ଼ିଥିବା ଜଣାପଡ଼ିଛି।  

ତେବେ ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ହାଡ଼ିବନ୍ଧୁ ତ୍ରିପାଠୀ ଓ ପ୍ରଫୁଲ୍ଲ ମୁଖି ବୋଲି ଜଣାପଡିଛି। ତେବେ ଉଭୟ ଅଭିଯୁକ୍ତ ଏକ କାର ଯୋଗେ ବୌଦ୍ଧରୁ ବାହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା। ସେହି ସମୟରେ ଆଦର୍ଶ ଥାନାର ପେଟ୍ରୋଲିଂ ବେଳେ ତାଙ୍କୁ ପରିବହନ କାର୍ଯ୍ୟାଳୟ ନିକଟରେ ଅଟକାଇ ତନଖି କରିଥିଲେ। ଗଞ୍ଜେଇ ମିଳିବାରୁ ଉଭୟଙ୍କୁ ଗିରଫ କରି ଗଞ୍ଜେଇ ଏବଂ କାରକୁ ଜବତ କରିଛି ପୋଲିସ। ତେବେ  ଏମାନେ ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଏବଂ କେଉଁ ଅଞ୍ଚଳକୁ ଚାଲାଣ କରୁଥିଲେ ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ୍।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.