ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

OSRTC ବସ୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ, ରାତି ଅଧିଆ ଚଢାଉ କଲା ପୋଲିସ

Published By : Anindita Ratha | April 29, 2025 10:04 AM

ଭୁବନେଶ୍ବର,୨୯/୦୪:ସରକାରୀ OSRTC ବସ୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ରାତି ଅଧିଆ ଚଢାଉ କଲେ SDPO ଲାରେନ୍ ରାଉତରାୟ ।  ବସଟି ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା ବୌଦ୍ଧର ମେଡିକାଲ ଛକରେ ଚଢାଉ କରିଛି ପୋଲିସ । ବସ୍ ତନଖି ପରେ ୪ ଟି କପଡ଼ା ବ୍ୟାଗରୁ  ଗଞ୍ଜେଇ ଜବତ ହୋଇଛି । ତେବେ କେତେ ପରିମାଣର ଗଞ୍ଜେଇ ରହିଥିଲା ଏନେଇ କୌଣସି ସୂଚନା ନାହିଁ।  ବସ୍ ଷ୍ଟାଫ୍ ସମେତ ସନ୍ଧିଗ୍ଧଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । 

ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା OSRTC ବସ୍ ରେ ଫୁଲବାଣୀରୁ ବୌଦ୍ଧ ଦେଇ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ SDPO କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ରାତି ଅଧିଆ ଏକ ଟିମ୍ ଗଠନ କରି ମେଡିକାଲ ଛକରେ ଚଢାଉ କରିଥିଲେ । OSRTC ବସ୍ କୁ ଅଟକାଇ ତନଖି କରିଥିବା ବେଳେ ବସ୍ ରୁ ୪ ଟି କପଡ଼ା ବ୍ୟାଗ୍ ରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ବ୍ୟାଗ୍ ଗୁଡିକରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଥିବା ବେଳେ ଗଞ୍ଜେଇ ବ୍ୟାଗ୍ ଗୁଡ଼ିକ କାହାର ବୋଲି ପଚରାଉଚରା କରିବାରୁ ଜଣାପଡିନଥିଲା । ତେବେ ପୋଲିସ ସନ୍ଦେହରେ କିଛି ଯୁବକଙ୍କୁ ଏବଂ ବସ ଷ୍ଟାଫ୍ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତଦନ୍ତ ପରେ ହିଁ କିଏ ଗଞ୍ଜେଇ ଚାଲାଣ କରୁଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ ସରକାରୀ ବସ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବସ୍ ଷ୍ଟାଫ୍ ଙ୍କ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.