ଭିଟାମିନ ବି-୧୨ କମିବା ଏକ ସାଧାରଣ ସମସ୍ୟା ହେବାରେ ଲାଗିଛି , ବିଶେଷକରି ଶାକାହାରୀ ଲୋକଙ୍କ ମଧ୍ୟରେ, ଦୁର୍ବଳତା , କ୍ଲାନ୍ତ ଲାଗିବା , ମୁଣ୍ଡ ବୁଲାଇବା , ହାତ ଗୋଡ଼ ଝିମଝିମ୍ ହେବା ଏବଂ ସ୍ମୃତିଶକ୍ତି ଦୁର୍ବଳ ହେବା ଏହାର ସାଧାରଣ ଲକ୍ଷଣ ଭାବେ କୁହାଯାଏ। ସୋସିଆଲ ମିଡ଼ିଆରେ ଏହି ସମୟରେ ଏହା କୁହାଯାଉଛି ଯେ, ପ୍ରତିଦିନ ରସୁଣର ଦୁଇ ପାଖୁଡ଼ା ଖାଇବା ଦ୍ୱାରା ଭିଟାମିନ୍ ବି୧୨ ର ଅଭାବ ଦୂର ହୋଇ ଯାଏ । ଆସନ୍ତୁ ଜାଣିବା ଏହି ଦାବି ପଛର ସତ କଥା –
ପ୍ରଥମେ ଜାଣିବା ଭିଟାମିନ ବି -୧୨ କଣ ଏବଂ କାହିଁକି ଏହା ଜରୁରୀ ?
ଭିଟାମିନ ବି-୧୨ ଆମ ଶରୀର ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଏହା ରେଡ୍ ବ୍ଲଡ୍ ସେଲ୍ସକୁ ତିଆରି କରିବାରେ ସାହାଯ୍ୟ କରିଥାଏ। ନଭର୍ସକୁ ସୁସ୍ଥ ରଖିଥାଏ , ଡିଏନଏ ଗଠନ କରେ ଏବଂ ଏନର୍ଜୀ ସ୍ତରକୁ ବଢାଇ ରଖେ। ଏହାର ଅଭାବରେ ଏନିମିଆ (ରକ୍ତ ହୀନତା), କ୍ଲାନ୍ତ , ଦର୍ବଳ , ସ୍ମୃତିଶକ୍ତି କମିବା , ହାତ-ଗୋଡ଼ କ୍ଷୀଣତା ଓ ମନ ଖରାପ ହେବା ଭଳି ସମସ୍ୟା ହୋଇପାରେ। ବିଶେଷକରି ଶାକାହାରୀ ଲୋକ , ବୟସ୍କ ଓ ପେଟ ସମସ୍ୟାରେ ପୀଡ଼ିତ ଲୋକଙ୍କର ଏହି ଅଭାବ ସାଧାରଣ କଥା।
- ଆହୁରି ମଧ୍ୟ ପଢନ୍ତୁ : ହାର୍ଟ ରେଟ୍ ବନାମ ପଲ୍ସ ରେଟ୍, କିନ୍ତୁ ଜାଣନ୍ତି କି ଏହା ଭିତରେ ଥିବା ପ୍ରଭେଦ କ'ଣ?
ରସୁଣରେ ଭିଟାମିନ ବି-୧୨ ଥାଏ କି ?
ନାଁ ! ରସୁଣରେ ଭିଟାମିନ ବି-୧୨ କେବେ ବି ମିଳିନଥାଏ । ରସୁଣ ଏକ ପ୍ଲାଣ୍ଟ ଜାତୀୟ ଖାଦ୍ୟ ଏବଂ ଭିଟାମିନ ବି-୧୨ ମୁଖ୍ୟ ରୂପେ ଏନିମଲ ପ୍ରଡକ୍ଟ ଯେମିତିକି ମାଂସ , ମାଛ , ଅଣ୍ଡା , ଦୁଗ୍ଧ , ଦହି , ଛେନା ଓ ଲିଭରରେ ମିଳିଥାଏ । କିଛି ଫୋର୍ଟିଫାଇଡ୍ ଫୁଡ୍ସ (ଯେମିତିକି କିଛି ବ୍ରେଡ୍ ବା ଦୁଗ୍ଧ)ରେ ମଧ୍ୟ ଏହାକୁ ମିଶାଯାଏ। କିନ୍ତୁ କଞ୍ଚା କିମ୍ୱା ସିଝା ରସୁଣ ବି-୧୨ ର କୌଣସି ଉତ୍ସ ନୁହେଁ।
ରସୁଣର କଣ ଉପକାରୀ ଗୁଣ ?
ରସୁଣ ବହୁତ ଭଲ । ଏଥିରେ ଏଲିସିନ ନାମକ କମ୍ପାଉଣ୍ଡ ଥାଏ , ଯାହା ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଇନଫ୍ଲେମେଟରୀ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଦିଏ। ଏହା ବ୍ଲଡ୍ ପ୍ରେସର କଣ୍ଟ୍ରୋଲ କରିବା, କୋଲେଷ୍ଟ୍ରଲ ହ୍ରାସ କରିବା , ଇମ୍ୟୁନି ବଢାଇବା ଓ ହାର୍ଟହେଲ୍ଥ ପାଇଁ ଫଳପ୍ରଦ ମନେକରାଯାଏ। କିଛି ଷ୍ଟଡିଜ୍ରେ ଦେଖାଯାଇଛି ଯେ, ରସୁଣ ବ୍ଲଡ୍ ସୁଗାର ଓ ଫୁଲା ହ୍ରାସ କରାଇବାରେ ସାହାଯ୍ୟ କରେ । କିନ୍ତୁ ଏହି ଫାଇଦା ବି-୧୨ର ଅଭାବ ସହ ଜଡ଼ିତ ନୁହେଁ।
କିଛି ଅଧ୍ୟୟନରୁ ଏହା ଜଣାପଡ଼ିଛି –
କିଛି ରିସର୍ଚ୍ଚରେ ଦେଖିବାକୁ ମିଳିଛି ଯେ, ରସୁଣ ବ୍ଲଡ୍ ପ୍ରେସର କମାଇବାରେ ସାହାଯ୍ୟ କରେ , କିନ୍ତୁ ଏହି ପ୍ରଭାବ ସେହି ଲୋକଙ୍କ ମଧ୍ୟରେ ଅଧିକ ହୋଇଥାଏ ,ଯାହାଙ୍କ ଶରୀରରେ ବି-୧୨ ସ୍ତର ଭଲ ଥାଏ, ଏହାର ଅର୍ଥ ବି-୧୨ ର ଅଭାବରେ ରସୁଣର ଫାଇଦା କମ୍ ମିଳିଥାଏ। କିନ୍ତୁ ରସୁଣ ନିଜେ ବି-୧୨ର ଅଭାବକୁ ପୂରା କରି ନଥାଏ।
ଏଥିପାଇଁ ଭିଟାମିନ ବି-୧୨ ର ଅଭାବକୁ ଦୂର କରିବା ପାଇଁ ଡାକ୍ତର ଅଲଗା ଡାଇଟ୍ ବିଷୟରେ କହିଥାନ୍ତି କିମ୍ୱା ଫୁଡ୍ ସପ୍ଲିମେଣ୍ଟ ଦେଇଥାନ୍ତି , କାରଣ ଶରୀର ଏହାକୁ ଫୁଡ୍ ଦ୍ୱାରା ସହଜରେ ଗ୍ରହଣ କରିପାରେ ନାହିଁ ଯଦି ସମସ୍ୟା ଗୁରୁତର ଥାଏ।
କେମିତି ଦୂର କରିବା ବି-୧୨ ର ଅଭାବ ?
ଏନିମଲ ଫୁଡ୍ସ ଖାଆନ୍ତୁ – ମାଛ , ଚିକେନ , ଅଣ୍ଡା , ଦୁଗ୍ଧ , ଦହି । ଯଦି ଆପଣ ଶାକାହାରୀ ତ ଫୋର୍ଟିଫାଇଡ ଫୁଡ୍ସ (ଯେମିତି କି ଫୋର୍ଟିଫାଇଡ୍ ମିଲ୍କ , ସିରିୟଲ) କିମ୍ୱା ବି-୧୨ ସପ୍ଲିମେଣ୍ଟ ନିଅନ୍ତୁ । ଡାକ୍ତରଙ୍କ ଦ୍ୱାରା ପରୀକ୍ଷଣ କରାନ୍ତୁ । ବ୍ଲଡ୍ ଟେଷ୍ଟରୁ ଜଣାପଡ଼େ କି ବି-୧୨ କେତେ କମିଛି। ବୟସ୍କ ବ୍ୟକ୍ତି କିମ୍ବା ପେଟ ସମସ୍ୟା ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।