କିଛି ଲୋକ ହାର୍ଟ ରେଟ୍ ଓ ପଲ୍ସ ରେଟ୍କୁ ସମାନ ବୋଲି ଭାବି ନେଇଥାନ୍ତି । କିନ୍ତୁ ଜାଣନ୍ତି କି ଏହା ଭିତରେ ଥିବା ପ୍ରଭେଦ କଣ? ଚାଲନ୍ତୁ ଜାଣିବା ଏ ବିଷୟରେ । ଜଣେ ସୁସ୍ଥ ବ୍ୟକ୍ତି ପାଇଁ ସାଧାରଣ ଭାବେ ହାର୍ଟ ରେଟ୍ କଣ ହେବା ଦରକାର ଜାଣିବା ବିଶେଷଜ୍ଞଙ୍କଠାରୁ । ସୁସ୍ଥ ରହିବା ପାଇଁ ହୃଦୟର ଯତ୍ନ ନେବା ଜରୁରି । ଏଥିପାଇଁ ଉପଯୁକ୍ତ ଖାଦ୍ୟପାନୀୟ ସହ ଜୀବନଶୈଳୀ ମଧ୍ୟ ଆପଣାଇବା ଜରୁରି । ହୃଦୟକୁ ସୁସ୍ଥ ରଖିବା ପାଇଁ ହାର୍ଟ ରେଟ୍ ଠିକ୍ ରହିବା ଦରକାର । ହୃଦ୍ ସ୍ପନ୍ଦନ ଅନିୟମିତ ହେବା ଅନେକ ରୋଗର ସଙ୍କେତ ହୋଇପାରେ ।
ହାର୍ଟ ରେଟ୍ ଓ ପଲ୍ସ ରେଟ୍ ଭିତରେ ପ୍ରଭେଦ କ'ଣ ?ପଲ୍ସ ରେଟ୍ ହେଉଛି ନାଡ଼ିର ଗତି ଓ ହାର୍ଟ ରେଟ୍ ହେଉଛି ହୃଦ୍ ସ୍ପନ୍ଦନ ବା ହୃଦୟର ଗତି । ତଥାପି ଉଭୟଙ୍କ ଗତି ଭିତରେ କିଛି ଅନ୍ତର ରହିଛି । ହାର୍ଟ ରେଟ୍ ପ୍ରତି ମିନିଟ୍ରେ ହୃଦ୍ସ୍ପନ୍ଦନକୁ ଜଣାଇଥାଏ । ଏହକୁ ଇଲେକ୍ଟ୍ରୋକାର୍ଡିଓଗ୍ରାମ୍(ଇସିଜି) ଦ୍ୱାରା ମପାଯାଇଥାଏ । ପଲ୍ସ ରେଟ୍ ହୃଦୟର ପମ୍ପିଂ ପ୍ରୋସେସ୍ କାରଣରୁ ପ୍ରତି ମିନିଟ୍ରେ ଧମନୀର ସଂପ୍ରସାରିତ ଓ ସଙ୍କୁଚିତ ହେବାର ସଂଖ୍ୟାକୁ ଜଣାଇଥାଏ । ଏହାକୁ ବେକ ଓ କଚଟି ପରି ନାଡ଼ି ବିନ୍ଦୁରୁ ମପାଯାଏ ।
ଆହୁରି ପଢନ୍ତୁ-ଖଜୁରୀ ଖାଇ ଭଙ୍ଗ କରାଯାଏ ରୋଜା, ବୈଜ୍ଞାନିକ କାରଣ କ'ଣ ?
ହାର୍ଟ ରେଟ୍ ଇଲେକ୍ଟ୍ରେିକାଲ୍ ସକ୍ରିୟତାକୁ ମାପୁଥିବା ବେଳେ ପଲ୍ସ ରେଟ୍ ନାଡ଼ିର ସଂପ୍ରସାରଣକୁ ମାପିଥାଏ । ଏକ ସୁସ୍ଥ ବୟସ୍କ ଲୋକ ବିଶ୍ରାମ କରୁଥିବା ବେଳେ ହୃଦୟର ଗତି ୬୦-୧୦୦ ବିପିଏମ୍ ଭିତରେ ରହିଥାଏ । ସେହିପରି ଆଥ୍ଲେଟ୍ସଙ୍କ ପାଇଁ ଏହ ୪୦-୬୦ ବିପିଏମ୍ ଭିତରେ ରହିବା ଦରକାର । ବୟସ ଅନୁସାରେ ପିଲାଙ୍କ ପାଇଁ ଏହା ୭୦-୧୨୦ ଭିତରେ ରହିବା ଆବଶ୍ୟକ । ହୃଦୟର ଗତିକୁ ନିୟନ୍ତ୍ରିତ ରଖିବା ପାଇଁ ନିୟମିତ ସନ୍ତୁଳିତ ଆହାର ସାଙ୍ଗକୁ ବ୍ୟାୟାମ ଓ ଚିନ୍ତାକୁ ନିୟନ୍ତ୍ରଣ କରିବା ଜରୁରି ।