‌ଭୁବନେଶ୍ବର, ୯।୧୧ :  ଭୁବନେଶ୍ବର ଖଣ୍ଡଗିରିସ୍ଥିତି ହାଇଓ୍ବେ  ଉପରେ   ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ । ଫଳରେ ଖଣ୍ଡଗିରି ଅଞ୍ଚଳ ଗ୍ୟାସରେ ଗନ୍ଧମୟ ହୋଇପଡିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି।   

ଅଗ୍ନିଶମ ବାହିନୀ  ପହଞ୍ଚି ଟ୍ୟାଙ୍କର ଉପରେ ପାଣି ସ୍ପେ କରି ଗ୍ୟାସ ଲିକକୁ ନିୟନ୍ତ୍ରଣ  କରିଛନ୍ତି । ଘଟଣାସ୍ଥଳରେ ଜିଏଆଇଏଲ ବିଶେଷଜ୍ଞ ପହଞ୍ଚି ଲିକ୍ ହେଉଥିବା ଗ୍ୟାସ ଭାଲଭକୁ ବନ୍ଦ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବରମୁଣ୍ଡାରୁ ସିଏନଜି ଟ୍ୟାଙ୍କର ଖୋର୍ଦ୍ଧା ଯାଉଥିଲା ।