ନୂଆଦିଲ୍ଲୀ,୧୭/୦୪; ସରକାର ଲୋକସଭାର ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ଲାଗି ଯୋଜନା କରୁଥିବା ବେଳେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ଲୋକସଭାରେ ସେ ପଚାରିଛନ୍ତି ଯେ ଏହି ମ୍ୟାଜିକ ସଂଖ୍ୟା ସରକାର କେଉଁଠୁ ଆଣିଲେ । ଏହା କିଭଳି ନିର୍ଦ୍ଧାରିତ ହେଲା, ସରକାର କେଉଁ ଦସ୍ତାବିଜ ଆଧାରରେ ସ୍ଥିର କଲେ, କେଉଁ ସଂସଦୀୟ କମିଟି ଦେଇଛି କି ନା ଆକାଶରୁ ଆସିଲା ? 

ସୀମା ପୁନଃନିର୍ଦ୍ଧାରଣ ଲାଗି ରହିଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ସରକାର ଏଡାଇଯିବାକୁ ଚାହୁଁଛନ୍ତି । ଧାରା ୮୧ ଅନୁସାରେ ପରବର୍ତ୍ତୀ ଜନସଂଖ୍ୟା ଆଧାରରେ ଆସନ ଭାଗବଣ୍ଟା କରାଯିବା କଥା । ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତାକୁ ଆଧାର କରି ୨୦୨୬ ପରେ ସୀମା ପୁନଃନିର୍ଦ୍ଧାରଣ କରାଯିବା ଉଚିତ । କିନ୍ତୁ ସରକାର ଜନଗଣନାକୁ ଅପେକ୍ଷା ନକରି ତରବରିଆ ଭାବେ କାର୍ଯ୍ୟ କରୁଛନ୍ତି । ସଂସଦରେ ସଦସ୍ୟଙ୍କ ସଂଖ୍ୟା କେତେ ବଢ଼ିବ ତାହା ସରକାର ନିଜେ ସ୍ଥିର କରୁଛନ୍ତି । ମହିଳା ସଂରକ୍ଷଣ ବିଲ୍‌କୁ ଅସ୍ତ୍ର ପରି ସରକାର ପଛଦ୍ୱାର ବାଟେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କରିବାକୁ ଚାହୁଁଛନ୍ତି ବୋଲି ଗୌରବ ଅଭିଯୋଗ କରିଛନ୍ତ ।

ଏହା ବି ପଢନ୍ତୁ...Parliament Special Session; ୫୪୩ ଆସନରୁ ମହିଳାଙ୍କୁ ୩୩% କାହିଁକି ନୁହେଁ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ  

​​​​​​​ଖାଲି ସେତିକି ନୁହେଁ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ''ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସଂରକାର । ସୀମାନିର୍ଦ୍ଧାରଣକୁ ନିଜ ହିତ ପାଇଁ କରୁଛନ୍ତି । ଯେଉଁ କଥା ସମ୍ବିଧାନରେ ଲେଖାଯାଇଛି ଯେଉଁ ଦଳ ସରକାରରେ ଆସୁ ସେହି କଥା ରହିବା ଦରକାର । ସମ୍ବିଧାନିକ ସୁରକ୍ଷାକୁ ଦୁର୍ବଳ କରି ଆପଣ ଏମିତି ଏକ ଆଇନ୍ ଆଣିବାକୁ ଯାଉଛି ସଂସଦରେ ଯାହାର ଶକ୍ତି ଅଧିକ ସେ ନିର୍ଦ୍ଧାରିତ କରିବ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ହେବ ୱା ୱା । ଏ କେଉଁ ପ୍ରକାରରେ ସମ୍ବିଧାନ ସପକ୍ଷରେ । ଏହି ବିଲ୍ ମହିଳା ବିରୋଧୀ, ଜାତି ଜନଗଣନା ବିରୋଧୀ ଏହି ବିଲ୍ ଆମ ଦେଶ ସାର୍ବଭୌମତ୍ୱ ବିରୋଧୀ । ଆମ ଦେଶରେ ଯେବେ ରାଜ୍ୟରେ ଜନ୍ମ ହେଲା ସେବେ ଜନସଂଖ୍ୟା ଦେଖାଯାଇନଥିଲା, ଭାଷା ଦେଖାଯାଇଥିଲା । ଭାଷା ଆଧାରରେ ଭାଷାଭିତ୍ତିକ ପ୍ରଦେଶ ଗଠନ ହୋଇଥିଲା । ସରକାର ସୀମା ନିର୍ଦ୍ଧାରଣକୁ ଏକ ରାଜନୈତିକ ଅସ୍ତ୍ର କରିଛନ୍ତି । ଆପଣ ସ୍ୱର୍ଗୀୟ ଅଟଳ ଜୀଙ୍କଠୁ ନିଜକୁ ବଡ଼ ଭାବୁଛ । ମହିଳା ସଂରକ୍ଷଣ ବିଲ୍ ଆଣ ଆମେ ଏହାର ବିରୋଧ କରୁନାହିଁ କିନ୍ତୁ ଏହି ସୀମା ନିର୍ଦ୍ଧାରଣ ଜାଲରୁ ଏହାକୁ ବାହାରକୁ ଆଣ । ସରଳ-ସହଜ କରି ଲାଗୁ କର ଫଳରେ ଆମେ ଦେଖିପାରିବୁ ।  ଏହାକୁ ମହିଳା ସଂରକ୍ଷଣ ଦ୍ୱାରା ଆପଣ ରାଜନୈତିକ ରୁଟି ସେକନ୍ତୁନି । ସୀମା ନିର୍ଦ୍ଧାରଣକୁ ବଡ଼ ବିତର୍କ ହେଉ  ''