PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରାହୁଲଙ୍କ ସହ ପଦ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କର ମାଆ –ଭଉଣୀ

ମାଣ୍ଡ୍ୟା : ଦିବଙ୍ଗତ ସାମ୍ୱାଦିକ ଗୌରୀ ଲଙ୍କେଶଙ୍କର ମାଆ ଓ ଭଉଣୀ ଶୁକ୍ରବାର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ମାଆ-ଝିଅଙ୍କର ଯୋଡ଼ି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଯାତ୍ରା କରିବାର ଦେଖିବାକୁ ମିଳିଥିଲା। ଗୌରୀଙ୍କର ମାଆ ଇନ୍ଦିରା ଲଙ୍କେଶ ଓ ଭଉଣୀ କବିତା ଲଙ୍କେଶ କର୍ଣ୍ଣାଟକର ଭୁବନହଲ୍ଲୀ ଗାଁରେ ପଦ ଯାତ୍ରାରେ ସାମିଲ ହୋଇଥିଲେ ।

ରାହୁଲ ଗାନ୍ଧୀ ଇନ୍ଦିରା ଲଙ୍କେଶଙ୍କୁ ଶ୍ରଦ୍ଧାର ସହ ଯାତ୍ରାରେ ସ୍ୱାଗତ କରିଥିଲେ। ପଦଯାତ୍ରା ବେଳେ ରାହୁଲ ଗାନ୍ଧୀ ଦିବଙ୍ଗତ ସାମ୍ୱାଦିକଙ୍କର ମାଆଙ୍କର ହାତ ଧରି ଚାଲୁ ଥିଲେ। ଗୋରୀ ଲଙ୍କେଶ କର୍ଣ୍ଣାଟକର ହିଁ ନିବାସୀ ଥିଲେ। ଉଲ୍ଲେଖନୀୟ ଯେ, ଗୌରୀ ଲଙ୍କେଶଙ୍କୁ ୫ ସେପ୍ଟେମ୍ୱର ୨୦୧୭ର ରାତିରେ ବେଙ୍ଗାଲୁରୁର ରାଜରାଜେଶ୍ୱରୀ ନଗରରେ ତାଙ୍କର ଘର ପାଖରେ ଗୁଳି କରି ହତ୍ୟା କରି ଦିଆ ଯାଇଥିଲା ।

କଂଗ୍ରେସ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଏହି ସଂପର୍କିତ ଏକ ଫଟୋ ସେୟାର କରି କହିଛି, ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଆସିଛନ୍ତି ପୂର୍ବତନ ସାମ୍ୱାଦିକ ତଥା କାର୍ଯ୍ୟକର୍ତ୍ତା ଗୌରୀ ଲଙ୍କେଶଙ୍କର ପରିବାର। ଗୌରୀ ଲଙ୍କେଶଙ୍କର ସାହସୀ ଓ ନିର୍ଭୀକ ସ୍ୱରକୁ ଘୃଣା ଓ ହିଂସାର ପ୍ରତିନିଧିଙ୍କ ଦ୍ୱାରା ଦବାଇ ଦିଆ ଯାଇଥିଲା। ଏହି ଯାତ୍ରା ଦେଶରେ ବ୍ୟାପିଥିବା ଏହି ଘୃଣା ବିରୋଧରେ ଏକ ସ୍ୱର। ଏବେ ଆମେ ନା ଡ଼ରିବୁ , ନା ନଇଁବୁ ନା ରହିବୁ।

ଭାରତ ଯୋଡୋ ଯାତ୍ରାର ୩୦ତମ ଦିନ ରାହୁଲ ଗାନ୍ଧୀ ଓ ଅନ୍ୟ ନେତାମାନେ ସମାଜର ଅଲଗା ଅଲଗା ବର୍ଗର ଲୋକଙ୍କ ସହ ସାକ୍ଷାତ୍ କରି ଥିଲେ। ହେଲେ କର୍ଣ୍ଣାଟକରେ ଯାତ୍ରା ବେଳେ ଅନେକ କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ଥିଲା। କଥା ଏହା କି କଂଗ୍ରେସ କର୍ମୀ ମାନେ ପଦଯାତ୍ରାରେ PayCM  ଲେଖା ଯାଇଥିବା ଟି-ସାର୍ଟ ପିନ୍ଧିଥିଲେ । ମାଣ୍ଡ୍ୟା ପୁଲିସ କର୍ଣ୍ଣାଟକର ବୋମ୍ମଇ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା କିଛି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଥିଲେ। ସେମାନେ ପଦଯାତ୍ରା ବେଳେ PayCM, PayAshwathnarayan  ଓ  PayEshwarappa ର ଟି-ସାର୍ଟ ପିନ୍ଧିବାର ଦେଖିବାକୁ ମିଳିଥିଲା ।  

ସମ୍ବନ୍ଧିତ ଖବର