PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ମୁକେଶ ଅମ୍ବାନୀଙ୍କଠୁ ଅଧିକ ଆୟ କଲେ ଗୌତମ ଆଦାନୀ, ୨ ଦିନରେ ୮୦ ହଜାର କୋଟି…

ନୂଆଦିଲ୍ଲୀ ୨୪/୫: ବିଶ୍ୱର ଟପ୍ ଧନୀମାନଙ୍କ ତାଲିକାରେ ଆୟ ମାମଲାରେ ଭାରତୀୟ ଉଦ୍ୟେଗପତି ଗୌତମ ଆଦାନୀ ପୁଣି ଫର୍ମକୁ ଫେରିଛନ୍ତି । ଆଦାନୀ ଗ୍ରୁପର କମ୍ପାନୀମାନଙ୍କ ସେୟାରରେ ଗତ ୩ ବାଣିଜ୍ୟିକ ଦିନରେ ସର୍ବାଧିକ ସ୍ପିଡ୍ ଦେଖିବାକୁ ମିଳିଛି । ଏହା ପରେ ଆଦାନୀଙ୍କ ନେଟୱର୍ଥରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ଭିତରେ ହିଁ ଗୌତମ ଆଦାନୀଙ୍କ ନେଟୱର୍ଥ ୯ ଅରବ ଡଲାରରୁ ଅଧିକ ବଢିଛି ।

ଗୋଟିଏ ଦିନରେ ୭୭ ହଜାର କୋଟିର ଆୟ

ଫୋର୍ବ୍ସର ରିୟଲ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କୁ ୯.୭୩ ଅରବ ଡଲାର ଅର୍ଥାତ୍ ପ୍ରାୟ ୮୦ ହଜାର କୋଟି ଟଙ୍କାରୁ ଅଧିକ ଫାଇଦା ହୋଇଛି । ସେୟାର ବଜାରରେ ମଙ୍ଗଳବାର ମେ ୨୩ରେ ଲଗାତର ତୃତୀୟ ଦିନ ଆଦାନୀଙ୍କ ସେୟାରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଦାନୀ ପାୱର ଏବଂ ଆଦାନୀ ଗ୍ରୀନ୍ ସମେତ ଗ୍ରୁପର ୫ କମ୍ପାନୀଙ୍କ ସେୟାରରେ ଅପର ସର୍କିଟ୍ ଲାଗିଛି । ଯଦିଓ ଆଦାନୀ ଏଣ୍ଟରପ୍ରାଇଜେସରେ ୧୪ ପ୍ରତିଶତ ଏବଂ ଆଦାନୀ ୱିଲମରରେ ୧୦ ପ୍ରତିଶତ ବୃଦ୍ଧି ରହିଛି । ଏହା ବ୍ୟତୀତ ଗୌତମ ଆଦାନୀଙ୍କ ସମସ୍ତ ଷ୍ଟକ୍ ସବୁଜ ଚିହ୍ନରେ ବନ୍ଦ ହୋଇଛି । ଏହି ବୃଦ୍ଧି ଯୋଗୁଁ ଗ୍ରୁପର ମାର୍କେଟ୍ କ୍ୟାପିଟଲାଇଜେସନ ୧୦ ଲକ୍ଷ କୋଟି ଟଙ୍କା ପାର୍ ହୋଇଛି ।

ଫୋବର୍ସ ଅନୁସାରେ ୨୦୨୨ ମସିହାରେ ଗୌତମ ଆଦାନୀଙ୍କ ଆୟ ମାମଲାରେ ବିଶ୍ୱର ସବୁ ଧନୀଙ୍କ ଠାରୁ ଆହରେ ଥିଲେ ଏବଂ ମଙ୍ଗଳବାର ମଧ୍ୟ ସେ ପୁଣି ଫର୍ମକୁ ଫେରିଥିବା ନଜର ଆସିଛନ୍ତି । ଗୋଟିଏ ଦିନରେ ଆୟ ମାମଲାରେ ଆଦାନୀ ବିଶ୍ୱର ଏକ ନମ୍ବର ଧନୀ ବର୍ଣ୍ଣାର୍ଡ ଅର୍ନାଲ୍ଟ ଏବଂ ଦ୍ୱିତୀୟ ସବୁଠାରୁ ଧନୀ ଏଲନ ମସ୍କଙ୍କୁ ପଛରେ ପକାଇଦେଇଛନ୍ତି । ୨୪ ଘଣ୍ଟାରେ ଆଦାନୀଙ୍କର ୯.୩ ଅରବ ଡଲାର ମୁନାଫା ହୋଇଥିବା ସମୟରେ ଏଲନ ମସ୍କଙ୍କ ନେଟୱର୍ଥରେ ୫.୭ ଅରବ ଡଲାର ବୃଦ୍ଧି ହୋଇଛି । ସେହିଭଳି ବର୍ନାର୍ଡ ଅର୍ନାଲ୍ଟଙ୍କ ସମ୍ପତ୍ତିରେ ୫.୮ ଅରବ ଡଲାରର ବୃଦ୍ଧି ହୋଇଛି ।

ନେଟୱର୍ଥରେ ଆସିଥିବା ଏହି ବୃଦ୍ଧି ପରେ ଆଦାନୀଙ୍କ ସମୁଦାୟ ନେଟୱର୍ଥ ବୃଦ୍ଧି ପାଇ ୫୫ ଅରବ ଡଲାରରେ ପହଞ୍ଚି ଯାଇଛି । ଏବେ ସେ ୨୪ ତମ ସ୍ଥାନରେ ଅଛନ୍ତି । ତେବେ ଦେଶର ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ କଥା କହିବା ତ ଗତ ୨୪ ଘଣ୍ଟାରେ ତାଙ୍କ ନେଟୱର୍ଥରେ ୩୮୯ ମିଲିୟନ୍ ଡଲାର(ପ୍ରାୟ ୩୨୨୨ କୋଟି ଟଙ୍କା) ବୃଦ୍ଧି ହୋଇଛି । ଗତ କିଛି ଦିନ ହେବ ଅମ୍ବାନୀ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଧନୀ ତାଲିକାରେ ଗୋଟିଏ ସ୍ଥାନରେ ଲଢେଇ ଚାଲିଛି । କେବେ ମାର୍କ ଜୁକରବର୍ଗ ଆଗରେ ତ କେବେ ଅମ୍ବାନୀ ତାଙ୍କ ଆଗରେ ରୁହନ୍ତି । ବର୍ତ୍ତମାନ ମାର୍କ ଜୁକରବର୍ଗ ୮୮.୩ ଅରବ ଡଲାର ନେଟୱର୍ଥରେ ବିଶ୍ୱର ୧୩ ତମ ଧନୀ ତାଲିକାରେ ଅଛନ୍ତି ।

ସମ୍ବନ୍ଧିତ ଖବର