PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

’ମାତେଶ୍ରୀ’ରେ ଉଦ୍ଧବଙ୍କୁ ଭେଟିଲେ ଆଦାନୀ, ମହାରାଷ୍ଟ୍ର ରାଜନୀତିରେ ଏହି କଥାକୁ ନେଇ ବଢିଲା ଚର୍ଚ୍ଚା

ମୁମ୍ବାଇ,୨୨।୯: ବିଶିଷ୍ଟ ଉଦ୍ୟୋଗପତି ଗୌତମ ଆଦାନୀ ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ଉଦ୍ଧବଙ୍କ ବାସଭବନ ମାତେଶ୍ରୀରେ ହୋଇଥିଲା। ଏହି ସାକ୍ଷାତ ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିଲା। ସାକ୍ଷାତର କାରଣ ଜଣାପଡି ନାହିଁନ୍ତ। ଆଦାନୀ ଓ ଉଦ୍ଧବଙ୍କ ଭିତରେ ଏହି ସାକ୍ଷାତ ସେତେବେଳେ ହୋଇଛି ଯେତେବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହା ସହିତ ଚର୍ଚ୍ଚା ହେଉଛି ଯେ, ରାଜ୍ୟ ରାଜନୀତିର ସ୍ଥିତି ବଦଳିପାରେ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଜୁନ୍‌ରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆସିଥିଲା। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ପୁରା ସରକାର ବଦଳାଇ ଦେଇଥିଲେ। ସିନ୍ଦେ ନିଜ ସହିତ ୩୯ ଜଣ ବିଧାୟକଙ୍କୁ ଦଳର ଛଡିବାର ଘୋଷଣା କରି ବିଜେପି ସହ ମିଶି ସରକାର ଗଟନ କରିଥିଲେ। ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା ଓ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାଭିସ୍। ଏଭଳି ଭାବରେ ଉଦ୍ଧବଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା। ୩୦ ଜୁନ୍‌ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନୋଇଥିଲେ। ଶିବସେନା ଏବେ ଦୁଇଟି ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଦୁଇ ପ୍ରତିଦ୍ବନ୍ଦୀ ପାର୍ଟିର ଅଧିକାରକୁ ନେଇ ଆଇନଗତ ଲଢେଇ ଜାରି ରଖିଛନ୍ତି।

ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀଙ୍କ ନେଟଓ୍ବର୍ଥ ଗତ ଏକ ବର୍ଷରେ ଦୁଇଗୁଣା ହୋଇସାରିଛି।ଏହି ସମୟରେ ସେ ପ୍ରତିଦିନ ୧୬୧୨ କୋଟି ଟଙ୍କା ଆୟ କରିଛନ୍ତି। ଫୋବର୍ସ ପତ୍ରିକାର ‘ ଦ ରିୟଲ ଟାଇମ୍ ବିଲେନିୟରମ୍ ଲିଷ୍ଟ’ ଅନୁସାରେ, ଆଦାନୀ ଦୁନିଆର ଦ୍ବିତୀୟ ସବୁଠାରୁ ଧନୀ ବ୍ୟକ୍ତି। ଫୋବର୍ସ ରିପୋର୍ଟ ଅନୁସାରେ, ଆଦାନୀଙ୍କ ପାଖରେ ୧୫୫.୩ ବିଲିୟନ ଡଲାର ସମ୍ପତ୍ତି ରହିଛି। ଆଦାନୀ ନିକଟରେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍‌ଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ବଡ ଧନୀ ବ୍ୟକ୍ତି ହୋଇଥିଲେ। ଆଇଆଇଏଫ୍‌ଏଲ ଓ୍ବେଲଥ୍‌ ହୁରୁନ୍ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୨ ଅନୁସାରେ, ଗତ ଏକ ବର୍ଷରେ ଆଦାମୀଙ୍କ ସମ୍ପତ୍ତିରେ ୧୧୬% ପ୍ରତିଶତ ବୃଦ୍ଧି ହୋଇଛି। ଏହି ସମୟରେ ସେ ୫,୮୮,୫୦୦ କୋଟି ଟଙ୍କା ଆୟ କରିଥିଲେ। ୬୦ ବର୍ଷୀୟ ଆଦାନୀଙ୍କର ମୋଟ ନେଟଓ୍ବର୍ଥ ୧୦,୯୪,୪୦୦ କୋଟି ଟଙ୍କା ରହିଛି। ବୁଧବାର ଜାରି ଏହି ଲିଷ୍ଟ ଅନୁସାରେ, ଗତ ୫ ବର୍ଷରେ ଆଦାନୀଙ୍କ ନେଟଓ୍ବର୍ଥରେ ୧୪୪୦ ପ୍ରତିଶତ ବୃଦ୍ଧି କରିଛନ୍ତି

ସମ୍ବନ୍ଧିତ ଖବର